ଜୀବିତ ବାଳକକୁ ମୃତ ଘୋଷଣା କରିବାରୁ ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର : ଜଳେଶ୍ୱର ରାଜପୁରରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଚିକିତ୍ସା ସମୟରେ ଜଣେ ଜୀବିତ ବାଳକକୁ ମୃତ ଘୋଷଣା କରିବାରୁ ଗୋପୀକିଶନ ଭଟ୍ଟର ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକମାନେ ହସ୍ପିଟାଲ ଦାୟିତ୍ୱରେ ଥିବା ଡାକ୍ତରଙ୍କ ଘର ଉପରକୁ ଢେଲାମାଡ କରି ରାସ୍ତାରୋକ କରିଛନ୍ତି । 

ଜଳେଶ୍ୱର ରାଜପୁରରୁ ଚିକିତ୍ସା ପାଇଁ ବାଳକ ଜଣକ ଯାଇଥିଲେ । ସେଠାରେ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘରେ ପହଞ୍ଚିବା ପରେ ବାଳକ ବଞ୍ଚିଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ । ମୃତ ବାଳକକୁ ପୁଣି ବାଲେଶ୍ୱର ନେବାପରେ ସେଠାରେ ମୃତ ଘୋଷଣା କରାଯାଇଛି । 

ତେବେ ଜଣେ ଜୀବିତ ବାଳକକୁ ମୃତ ଘୋଷଣା କରିବାରୁ ଜଳେଶ୍ୱର ରାଜପୁରରେ ତାତିଲେ ଲୋକେ । ଫଳରେ ଗୋପୀକିଶନ ଭଟ୍ଟର ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକ କରି ହସ୍ପିଟାଲ ଦାୟିତ୍ୱରେ ଥିବା ଡାକ୍ତରଙ୍କ ଘର ଉପରକୁ ଢେଲାମାଡ କରିଛନ୍ତି ।