ଯାଜପୁର ବିଧାୟକଙ୍କ ନିଆରା ନୂଆବର୍ଷ ପାଳନ : ବସ୍ତି ବାସିନ୍ଦା ଓ ଅନାଥ ଶିଶୁଙ୍କ ସହ ପାଳିଲେ ନବ ବର୍ଷ

ଯାଜପୁର :। ସାରା ଦେଶ ଆଡମ୍ବର ପୂଣ୍ଣ ଭାବରେ ମୈଜ ମଜଲିସରେ ନୂଆ ବର୍ଷ ପାଳନ କରୁଥିବାବେଳେ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ କିନ୍ତୁ ନୂଆ ବର୍ଷର ପ୍ରଥମ ଦିନ କାଟିଥିଲେ ବାଳାଶ୍ରମ ଅନାଥ ଶିଶୁ ଓବସ୍ତି ବାସିନ୍ଦାଙ୍କ ସହ । ନୂଆ ବର୍ଷ ଆରମ୍ଭରୁ ଯାଜପୁର ବାଳାଶ୍ରମକୁ ଯାିଇଥିଲେ ବିଧାୟକ । ବାଳାଶ୍ରମର ଅନ୍ତେବାସୀ ଅନାଥ ଶିଶୁଙ୍କୁ ପୁଷ୍ପ ଗୁଛ ଦେଇ ନବ ବର୍ଷର ଅଭିନନ୍ଦନ ଜଣାଇଥିଲେ ଏହାସହ ଅନ୍ତେବାସୀଙ୍କ ସହିତ ନୂତନ ବର୍ଷ ଅବସରରେ କେକ କାଟିଥିଲେ ବିଧାୟକ ପ୍ରଣବ ପ୍ରକାଶ । ପରେ କିଆନାଳୀ ଛକ ଅଂଚଳର ବସ୍ତିକୁ ଯାଇ ସେଠାରେ କମ୍ବଳ ପ୍ରଦାନ କରିବା ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କରିଥିଲେ ।
ବିଧାୟକଙ୍କ ସହ ଜିଲାପାଳ ରଂଜନ ଦାସ ମଧ୍ୟ ଉପସ୍ଥିତ ଥିଲେ ।