ଯାଜପୁରର ୩ ଡାକ୍ତର ଓ ୧୯ ସ୍ୱାସ୍ଥ୍ୟକର୍ମୀ ରହିଲେ କ୍ୱାରେନଂଟାଇନ୍ ରେ

ଯାଜପୁର: ଯାଜପୁରରେ ୩ ଜଣ ଡାକ୍ତର ଓ ୧୯ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କ୍ୱାରେନଂଟାଇନ୍  ରେ ରଖାଯାଇଛି । ଗତକାଲି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କିଛି ରୋଗୀ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତ । ଆଉ ସେଥିପାଇଁ ଡାକ୍ତର, ନର୍ସ ଓ ପାରା ମେଡ଼ିକାଲ କର୍ମଚାରୀଙ୍କୁ ସଂକ୍ରମଣ ହେବାର ଆଶଙ୍କା ନେଇ କ୍ୱାରେନଂଟାଇନ୍ ରେ ରହିବାକୁ କୁହାଯାଇଛି ।

ସେପଟେ ଯାଜପୁରରେ ଅବରୋଧ ଅଂଚଳ ର ପରିସୀମା ବୃଦ୍ଧି କରାଯାଇଛି । ୩ଟି ବ୍ଲକ ୭ଟି ପଂଚାୟତ ର ୧୩ଟି ଗାଁକୁ ଅବରୋଧ ଅଂଚଳ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଯାଜପୁରରେ ଜିଲ୍ଲାରେ ଗତକାଲି ଆଉ ୫ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ କଂଟେନମେଂଟ ଜୋନର ପରିସୀମା ବଢାଇଛନ୍ତି ଜିଲ୍ଲାପାଳ । ନୂଆ ମାମଲା ସାମ୍ନାକୁ ଆସିବା ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଆକ୍ରାନ୍ତ ବ୍ୟକ୍ତିଙ୍କ ପଂଚାୟତ କୁ ଅବରୋଧ ଅଂଚଳ ଘୋଷଣା କରିଥିଲେ । ଯାଜପୁର ସଦର, ଦଶରଥପୁର ଓ କୋରେଇ ବ୍ଲକର ୪ଟି ପଂଚାୟତ ରେ ରୋଗୀ ଚିହ୍ନଟ ହେବା ପରେ କଂଟେନମେଂଟ ଜୋନ୍ ଘୋଷଣା ହୋଇଥିଲା ।