୭୫ ବର୍ଷରେ ପାଦ ଥାପିଛି ଏନସି କଲେଜ

ଯାଜପୁର : ଯାଜପୁର ଜିଲ୍ଲାର ଏକ ନମ୍ବର କଲେଜ ହେଉଛି ସିଂହ ଚୌଧୁରୀ ସ୍ୱୟଂ ଶାସିତ କଲେଜ(ଏନ ସି କଲେଜ)।୧୯୪୬ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏହି କଲେଜ। ଯାଜପୁର ବ୍ଲକ ଅଫିସ ସାମ୍ନାରେ ପ୍ରତିଷ୍ଠିତ ଏହି କଲେଜ ସହ ମୋ ଜୀବନ ଯୋଡି ହୋଇ ଯାଇଥିଲା। ୨୦୦୩ ମସିହାରେ ମା ବିରଜାଙ୍କ ଆଶୀର୍ବାଦ ରୁ ମୁଁ +୨ ପାଠ ଆରମ୍ଭ କରିଥିଲି ଜଣେ କଲେଜ ଛାତ୍ର ଭାବେ। ବାସ୍ ୫ ବର୍ଷ ପୁରା ପଢ଼ିଲି । ଆଉ ୫ ବର୍ଷର କ୍ୟାରିୟର ଭିତରେ ୪ ଥର ନିର୍ବାଚନରେ ବିଜୟ ଲାଭ କରିଛି।ଏହାସହ ଶେଷରେ ଏନ. ସି କଲେଜର ଛାତ୍ର ସଂସଦ ସଭାପତି ହେବାର ମଧ୍ୟ ସୌଭାଗ୍ୟ ପାଇଛି। ଏଥିପାଇଁ ମୋ ସମୟରେ ପଢ଼ୁଥିବା ସବୁ ଭାଇ ଭଉଣୀମାନଙ୍କୁ ଆଜିର ୭୫ ବର୍ଷ ପ୍ଲାଟିନମ ଜୁବୁଲିର ଶୁଭେଚ୍ଛା ଓ ଅଭିନ୍ଦନ ଜଣାଉଛି। ନାଲିଆ କୋଠା ସହ ଚାରିପାଖେ ଗାଁର ପରିବେଶ। କଲେଜ ପଛ ପାଖ ଦେଇ ଯିଏ ଥରେ କଲେଜ ଭିତରୁ ଆସିଛି ସେ ସବୁ କିଛି ଭୁଲି ଯାଇଛି। ପାଠପଢା ସହ ଭାଇଚାରା ସବୁ କିଛି ଶିଖାଏ ଏହି କଲେଜ।ମୋଟାମୋଟି ଭାବେ କହିବାକୁ ଗଲେ କେବଳ ଡିଗ୍ରୀ ନୁହେଁ ଭଲ ମଣିଷ ହେବାକୁ ଜ୍ଞାନ ଦେଇଥାଏ। ପ୍ରକୃତିର ଅପୁର୍ବ ସୌନ୍ଦର୍ଯ୍ୟ କଲେଜ ଘେରି କି ରଖିଛି। ଧାନ କ୍ଷେତ ବଡ଼ ବଡ଼ ଗଛ ମୋ କଲେଜ ଚାରି ପାଖରେ ଦେଖିବାକୁ ମିଳେ।

କଲେଜ କାନ୍ଥକୁ ଲାଗି ଆଜିବେଷ୍ଟ ସାଇକେଲ ଷ୍ଟାଣ୍ଡ । ଅବଶ୍ୟ ଏବେ ଏହାଛାତ ପଡ଼ିଗଲାଣି।କଲେଜ କ୍ୟାମ୍ପସକୁ ସୁନ୍ଦର କରୁଥାଏ ଛାତ୍ରାବାସ, ଛାତ୍ରୀବାସ ଓ ବିଭିନ୍ନ ମେସ । ଯାଜପୁର ସହ ପଡୋଶୀ ଜିଲ୍ଲାର ଛାତ୍ରଛାତ୍ରୀମାନେ ନିଜ ଭବିଷ୍ୟତ ଗଢିବା ପାଇଁ ଏଠାକୁ ପାଠ ପଢିବାକୁ ଆସନ୍ତି। ଏ କଲେଜର ବିଶେଷତ୍ୱ ହେଉଛି ଏଠି ସମସ୍ତେ ସମାନ। +୨,+୩ ପରୀକ୍ଷାରେ ଏହି କଲେଜର ଅଧିକାଂଶ ଛାତ୍ରଛାତ୍ରୀ ବେଶ ଭଲ ନମ୍ବର ରଖି ପାସ କରନ୍ତି। ଅନ୍ୟ କଲେଜ ପରି ଏଠାରେ ବିଶେଷ ଛାତ୍ର ଅଶାନ୍ତି ଦେଖାଯାଏନି। ପୁରା ଜିଲ୍ଲାରେ ଏନସି କଲେଜ ଏକ ପ୍ରତିଷ୍ଠିତ କଲେଜ। ସବୁ କଲେଜ ପରି ମୋ କଲେଜରେ ମଧ୍ୟ ଅଧ୍ୟାପକ ସହ ଭିତ୍ତିଭୂମିର ଅଭାବ ଥିଲା। ହେଲେ ଏଥିରେ ଧୀରେ ଧୀରେ ସୁଧାର ଆସିଛି। ୧୯୯୯ ମସିହାରେ ସ୍ୱୟଂ ଶାସିତ କଲେଜର ମାନ୍ୟତା ପାଇଲା ଏହି କଲେଜ କଲେଜର ଭିତ୍ତିଭୂମି ବିକାଶ ହେଲା।ଅଧିକ ସ୍ନାତକ ବିଷୟ ସହ ସେଲ୍ଫ ଫାଇନାସିଙ୍ଗ କୋର୍ସ ପଢ଼ିବାର ସୁଯୋଗ ପାଇଲେ ଛାତ୍ରଛାତ୍ରୀ। ଏନସି କଲେଜ ଆଜି ୭୫ ବର୍ଷରେ ପାଦ ଥାପିଛି। ପ୍ଲାଟିନମ ଜୁବୁଲି ପାଇଁ ଏଠାରେ ଶିକ୍ଷାଲାଭ କରି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିବା ପୁରାତନ ଛାତ୍ରମାନେ ସାମାଜିକ ଗଣମାଧ୍ୟମରେ ଗ୍ରୁପ କରି ଯୋଡି ହୋଇଛନ୍ତି। ଅନେକ ଛାତ୍ର ଆଗକୁ କଲେଜର ଗତି କଣ ହେବା ଦରକାର ସେ ନେଇ ମତ ଦେଇଛନ୍ତି। ବିଶ୍ୱ ବିଦ୍ୟାଳୟର ମାନ୍ୟତା ପାଇଁ ଏବେ ଦାବି ହେଉଛି। ହେଲେ ମୋ ମତରେ ଦିନେ ନାଲିଆ କୋଠା ଥିବା ମୋ କଲେଜ କ୍ୟାମ୍ପସ ସହ ବହୁ ତଳ କୋଠା ଯୋଡି ହୋଇଗଲାଣି।ନୂତନ ହଷ୍ଟେଲ ,ନୂତନ ଗ୍ୟାଲେରୀ ,କ୍ଲାସ ହୋଇସାରିଛି। ଆଗକୁ ଏନସି କଲେଜର ରୂପ ରେଖ କଣ ହେବ ସେ ନେଇ ମଧ୍ୟ ଖସଡ଼ା ପ୍ରସ୍ତୁତ ହୋଇସାରିଛି। ପୁରା ଏନସି କଲେଜର ନକ୍ସା ଧୀରେ ଧୀରେ ବଦଳି ଯିବ । ଏଥିପାଇଁ ସମସ୍ତଙ୍କର ସହଯୋଗ ଓ ସହଭାଗୀତା ଦରକାର। ଶେଷରେ ଗୋଟେ କଥା କହିବି ମୋ ପାଠ ପଢା ସଲା ପରେ ଅନେକ ନୂଆ ଫର୍ଦ୍ଦ ଯୋଡି ହୋଇଛି ମୋ କଲେଜ ଇତିହାସର ଡାଈରୀରେ। ଆଗକୁ ଆହୁରି ଯୋଡି ହେବ। ହେଲେ ଶିକ୍ଷା ବାତାବରଣକୁ କିପରି ଅଧିକ ଗୁରୁତ୍ୱ ଦିଆଯିବ ସେଥପ୍ରତି ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ।