ବାରିପଦା ଏମକେସି ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ପରିଦର୍ଶନ କଲେ ବିଧାୟକ ପ୍ରଣବ ପ୍ରକାଶ ଦାସ

ବାରିପଦା : ବାରିପଦା ଏମକେସି ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ସ୍କୁଲ ପରିଦର୍ଶନ କରିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ । ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଆଲୁମିନି ସହ ଆଲୋଚନା କରିଛନ୍ତି ବିଧାୟକ । ଏହି ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟରେ ଗଢ଼ିବା ପାଇଁ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ପ୍ରଣବ ପ୍ରକାଶ ଦାସଙ୍କ ସୂଚନା ଦେଇଛନ୍ତି । ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବା ପରେ ବିଦ୍ୟାଳୟର ଆଙ୍ଗିକ ଏବଂ ଆତ୍ମିକ ବିକାଶ କରିବାକୁ ଯୋଜନା ରଖିଥିବା କହିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ ।

ଗତକାଲି ବାରିପଦା ଏମକେସି ହାଇସ୍କୁଲକୁ ଯାଜପୁର ବିଧାୟକ ତଥା ମୟୂରଭଞ୍ଜ ଜିଲ୍ଲାର ପ୍ରଭାରୀ ପ୍ରଣବ ପ୍ରକାଶ ଦାସ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ।

jajpur mlapranab prakash das visits mkc high school in baripada