ବିପନ୍ନଙ୍କ ପାଖେ ବବି : ଜଳମଗ୍ନ ଯାଜପୁରରେ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସାହା ହେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

ନେତା ହେବତ ଏମିତି

ଯାଜପୁର : କରୋନା ମହାମାରୀ ସାଙ୍ଗକୁ ବନ୍ୟା ଏବେ ବେଡି ଉପରେ କୋରଡା ମାଡ ପରି ହୋଇଛି । ବୈତରଣୀ ନଦୀରେ ବନ୍ୟା ଆସିବାରୁ ଯାଜପୁରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଅନେକ ଲୋକ ଘେରରେ ଅଛନ୍ତି । ଲୋକଙ୍କ ଏଭଳି ଦୁଃଖରେ କାଳ ବିଳମ୍ବ ନକରି ସହାୟତାର ହାତ ବଢାଇଛନ୍ତି ଯାଜପୁରର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ । ଖାଲି ଜଣେ ବିଧାୟକ ଭାବେ ନୁହେଁ ଲୋକଙ୍କ ସୁଖ ଦୁଃଖର ସାଥୀ ଭାବେ ବନ୍ୟା ପାଣିକୁ ଖାତିର ନକରି ପାଣିରେ ପସି ବିଭିନ୍ନ ପଞ୍ଚାୟତର ଜଳବନ୍ଦି ଥିବା ଲୋକଙ୍କ ପାଖରେ ପହଁଚିଛନ୍ତି । କାରଣ ସେ କେବଳ ବିଧାୟକ ନୁହଁନ୍ତି ଲୋକଙ୍କ ନେତା । ସୁଖ, ଦୁଃଖର ସାଥି । କାମ ତାଙ୍କର ପରିଚୟ । ବତ୍ୟା,ବନ୍ୟା ହେଉ ଅବା ଅନ୍ୟ କିଛିି ସମସ୍ୟା ସବୁବେଳେ ଲୋକଙ୍କ ସହ ରହନ୍ତି ସେ । ଲୋକଙ୍କ ସହ ରହି ସବୁବେଳେ ଲୋକଙ୍କ ସେବାରେ ନିଜକୁ ସର୍ମପିତ କରିଥିବା ମଣିଷଟିଏ ସେ । ଯେଉଁଥି ପାଇଁ ସାରା ଓଡ଼ିଶାରେ ତାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ । ନିଷ୍ଠାପର ଓ ପରିଶ୍ରମ ପାଇଁ ଲୋକେ ତାଙ୍କୁ ଜଣେ ରାଜନେତା ନୁହେଁ, ବଂର ନିଜର ଭାଇ ଭାବନ୍ତି । କରୋନା ସମୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅଧା ଓଡ଼ିଶା ଜଳରେ ଉବୁଡ଼ୁବୁ । ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ନାନା ସମସ୍ୟା ଭିତରେ ଅଛନ୍ତି । ଆଉ ଲୋକଙ୍କ ଏହି ର୍ଦୁଦଶା ସମୟରେ ତାଙ୍କ ପାଖରେ ଛିଡ଼ା ହୋଇଛନ୍ତି ତାଙ୍କ ନେତା । ବଢାଇଛନ୍ତି ସହଯୋଗର ହାତ । ବିଜେଡ଼ି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମୟୁରଭଞ୍ଜ, ବାରିପଦା ପରେ ନିଜ ନିର୍ବାଚନୀ ମଣ୍ଡଳୀର ବିିିଭିନ୍ନ ବନ୍ୟା ଅଂଚଳରେ ପହଞ୍ଚି ଲୋକଙ୍କ ଭଲମନ୍ଦ ବୁଝିଛନ୍ତି । ବୈତରଣୀ ନଦୀରେ ବନ୍ୟା ଆସିବାରୁ ଯାଜପୁର ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ପଂଚାୟତ ଲୋକମାନେ ପାଣି ଘେରରେ ଅଛନ୍ତି । ଆଉ ଏଥିଲାଗି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଆଜି ଏସବୁ ପଂଚାୟତକୁ ଯାଇ ଲୋକ ସମସ୍ୟା ପଚାରି ବୁଝିଥିଲେ । ଲାଇଫ ଜ୍ୟାକେଟ ପିନ୍ଧି ବୋଟରେ ବସି ବନ୍ୟାର ସ୍ଥିତି ଅନୁଧ୍ୟାନ କରିବା ସହ ନିଜେ ପାଣିରେ ପଶି ଲୋକଙ୍କ ପାଖରେ ପହଞ୍ଚିଥିଲେ । ଜିଲ୍ଳା ପ୍ରଶାସନ ସହ ଆଲୋଚନା କରି ଲୋକଙ୍କ ତୁରନ୍ତ ସହାୟତା ଯୋଗାଇ ଦେଇଥିଲେ । ବନ୍ୟାରେ ଯେପରି କୌଣସି ଲୋକ ଅସୁବିଧାରେ ନପଡ଼ିବେ ସେଥିପାଇଁ ଲୋକଙ୍କୁ ସୁରକ୍ଷତି ସ୍ଥାନକୁ ସ୍ତାନାସ୍ତରିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଣବ । ଏହାସହ ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେଇଥିଲେ । ବନ୍ୟା ଜଳରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସରକାରଙ୍କ ସହାୟତା ତୁରନ୍ତ ଦେବାକୁ ପାଇଁ ପ୍ରତିଶ୍ରୃତି ଦେଇଥିଲେ । ଚାଷଜମି ନଷ୍ଟ ହୋଇଥିବା ଓ କଚ୍ଚାଘର ଭାଙ୍ଗିଥିବା ଲୋକେମାଦନଙ୍କୁ ତୁରନ୍ତ କିପରି ସରକରୀ ସହାୟତା ମିଳିବ ସେ ନେଇ ଜିଲ୍ଳାପାଳଙ୍କ ସହ ଆଲୋଚନା କରିଥିଲେ । କେବଳ ସେତିକି ନୁହେଁ, ପ୍ରଥମେ ଲୋକମାନଙ୍କୁ କିପରି ସୁରକ୍ଷତି ସ୍ଥାନକୁ ସ୍ଥାନାସ୍ତରିତ କରାଯିବ ଓ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ତାହାର ଉପରେ ପ୍ରାଥତ୍ମିକତା ଦେଇଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ । କେବଳ ନିଜ ନିର୍ବାଚନ ମଣ୍ଡଳୀ ନୁହେଁ, ବାଲେଶ୍ୱର,ମୟୁରଭଞ୍ଜ, ବାରିପଦା ଆଦି ବନ୍ୟା ଅଂଚଳ ବୁଲି ପ୍ରଣବ ଲୋକଙ୍କ ସୁଖଦୁଃଖ ବୁଝିବା ସହ ସହାୟତାର ହାତ ବଢାଇଛନ୍ତି । ଲୋକଙ୍କ ପାଇଁ ତାଙ୍କର ଏପରି କାମକୁ ସବୁ ମହଲରେ ପ୍ରଶଂସା କରାଯାଉଛି । ଲୋକେ କହୁଛନ୍ତି ନେତା ହେବ ତ ପ୍ରଣବଙ୍କ ପରି ।