ଅନାଥଶ୍ରମରେ ଦୀପାବଳି ପାଳିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ

ପିଲାଙ୍କୁ କୋଳେଇ ନେଇ ମିଠା ଖୁଆଇଲେ, ଫୁଲଝରି ଫୁଟାଇଲେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି ନିଆରା ଢଙ୍ଗରେ ଦୀପାବଳି ପାଳିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଆଡମ୍ବରପୂଣ୍ଣ ଭାବରେ ଦୀପାବଳି ନପାଳି ଅନାଥ ଆଶ୍ରମର କୁନି କୁନି ପିଲାମାନଙ୍କ ସହ ଦୀପାବଳି ପାଳିଛନ୍ତି ପ୍ରଣବ ପ୍ରକାଶ ଓରଫ ବବି ବାବୁ । ସମାଜରେ ଯେଉଁମାନଙ୍କର କେହି ନାହିଁ ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଦୀପାବଳୀରେ ଯାଜପୁରର ଏକ ଅନାଥଶ୍ରାମରେ ପହଁଚିଥିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଅପରାହ୍ନରେ ପିଲାମାନଙ୍କ ପାଖରେ ପହଁଚି ସେମାନଙ୍କ ସହ ଦୀପାବଳି ପାଳିଥିଲେ । କୁନି କୁନି ପିଲାଙ୍କୁ କୋଳେଇ ନେଇ ସାନଙ୍କୁ ସେହ୍ନ କରିବା ସହ ମିଠା ଖୁଆଇଥିଲେ ।

ବେଶ କିଛି ସମୟ ପିଲାମାନଙ୍କ ହସ ଖୁସିରେ ବିତାଇଥିଲେ ପ୍ରଣବ ପ୍ରକାଶ । କେବଳ ସେତିକି ନୁହେଁ ପିଲାଙ୍କ ସହ ଫୁଲଝରି ଫୁଟାଇ ସେମାନଙ୍କ ମୁହଁରେ ହସ ଖେଳାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସରେ ପାଳିବା ସହିତ ଏହି ଖୁସିକୁ ଖୁସିରେ ଆଖପାଖରେ ଥିବା ଅସହାୟ ଓ ଅନାଥ ପିଲାଙ୍କ ସହ ବାଣ୍ଟିବାକୁ ପରାମଶ୍ୟ ଦେଇଥିଲେ । ଆଉ ଯତେବେଳେ ନିଜେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଏସଓଏସ ଭିଲେଜର ପିଲାଙ୍କ ସହ ଦୀପାବଳୀ ପାଳୁଥିଲେ ସେତିକିବେଳେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଅନାଥ ପିଲାଙ୍କ ମୁହଁରେ ହସ ଫୁଟାଉଥିଲେ । ବିଧାୟକଙ୍କ ଏହି ନିଆରା ପ୍ରୟାସକୁ ସବୁ ସ୍ତରରେ ପ୍ରସଂଶା କରାଯାଇଛି ।