ଯାଜପୁରରେ ମେଡିକାଲ କଲେଜ ପାଇଁ ୪୨୭ କୋଟି : ସରକାରଙ୍କୁ କୃତଜ୍ଞତା, ଆଳତି, ମାନବଶୃଙ୍ଖଳ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସହରବାସୀ

ଯାଜପୁର ବିଧାୟକ ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଯାଜପୁର ବାସୀ

ଯାଜପୁର:  ଯାଜପୁରରେ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ନିଷପତ୍ତିକୁ ରାଜ୍ୟ କ୍ୟାବିନେଟ ମୋହର ମାରିବା ପରେ ପୁରା ଯାଜପୁରେ ଖୁସିର ଲହରୀ ଖେଳିଯାଇଛି । କ୍ୟାବିନେଟ୍ ମୋହର ପରେ ଉତ୍ସବମୁଖର ହୋଇଛି ଯାଜପୁର । ସହରରେ ଦେଖିବାକୁ ମିଳିଛି ଅଦିନିଆ ଦୀପାବଳି । ଆଳତି, ମାନବଶୃଙ୍ଖଳ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସହରବାସୀ ଧନ୍ୟବାଦ ଜଣାଇଛନ୍ତି । ଯାଜପୁର ବୈତରଣୀ ନଦୀ କୂଳରେ ସମୂହ ଆଳତି କରାଯାଇଛି । ଯାଜପୁର ପାଇଁ ମୁଖ୍ୟମନ୍ତୀଙ୍କ ବଡ଼ ଘୋଷଣାକୁ ହଜାର ହଜାର ମହିଳା ନିଆରା ଢଙ୍ଗରେ ସ୍ୱାଗଗତ କରିଛନ୍ତି । ବୈତରଣୀ ନଦୀ କୂଳରେ ଆୟୋଜିତ ସନ୍ଧ୍ୟା ଆଳତିରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ ହୋଇଥିଲେ । ଯାଜପୁର ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୂରା ସହରବାସୀ  ।

jajpur medical collage hospital news

ଯାଜପୁରରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ଓ ୫୦୦ ଶଯ୍ୟା ବିଶିଷ୍ଟ ହସପିଟାଲ କୋଠା ଓ ଅନ୍ୟଭିତ୍ତିଭୂମି ଲାଗି ରାଜ୍ୟ ସରକାର ୪୨୬ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ କରିବେ ।