ପୁଣିଥରେ ଜୈଶ୍-ଇ-ମହମ୍ମଦ ଜାରି କଲା ନୂଆ ଭିଡିଓ

ନୂଆଦିଲ୍ଲୀ: ଗୋଟିଏ ପଟେ ପାକିସ୍ତାନ ନିଜର ପୁଲୱାମା ଆକ୍ରମଣରେ କୌଣସି ହାତ ନ ଥିବା ସଫେଇ ଦେଇଥିବାବେଳେ ଅନ୍ୟପଟେ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ଆଜି ଏକ ନୂଆ ଭିଡିଓ ଜାରି କରିଛି । ଜୈଶ୍-ଇ-ମହମ୍ମଦ ସଂଗଠନ ପକ୍ଷରୁ ଜାରି ହୋଇଥିବା ଭିଡିଓରେ ଜୈଶ ଆତଙ୍କବାଦୀମାନେ ଧମକ ଦେଇ କହିଛନ୍ତି ଯେ, ଆମେ ପୁଲୱାମା ସଦୃଶ ଆଉ ଏକ ଆକ୍ରମଣ ଯେକୌଣସି ମୁହୁର୍ତରେ ଏବଂ ଯେକୌଣସି ସ୍ଥାନରେ କରିପାରୁ । ପ୍ରକାଶ ଯେ, ପୁଲୱାମା ଆକ୍ରମଣ ପୂର୍ବରୁ ଘଟିବା ପୂର୍ବରୁ ଏହି ଆକ୍ରମଣ ଘଟାଇଥିବା ଜୈଶ୍ ଆତଙ୍କବାଦୀ ଅଦିଲ୍ ଅହେମ୍ମଦ ଦର୍ ଏକ ଭିଡିଓ ଜାରି କରିଥିଲା ।