ନାଁ ପରିବର୍ତ୍ତନ କଲା ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ

ଲାହୋର:ଆତଙ୍କବାଦୀ ସଙ୍ଗଠନ ‘ଜୈଶ-ଏ-ମହମ୍ମଦ’ ନିଜ ଆତଙ୍କୀ କାର୍ଯ୍ୟକଳାପକୁ ଆହୁରି ମଜବୁତ କରିବାକୁ ନିଜର ନାଁ ପରିବର୍ତ୍ତନ କରି ଦେଇଛି । ଜେଏଏମ୍‌ର ନାଁକୁ ବଦଳାଇ ‘ମଜଲିସ୍‌-ବୁରାସା-ଏ-ଶାହୁଦା ଜମ୍ମୁ ୱା କଶ୍ମୀର’ ରଖାଯାଇଛି । ଯାହାର ନେତୃତ୍ୱ ନେବ ମସୁଦ ଅଜହର ସାନ ଭାଇ ମୁଫ୍‌ତୀ ଅବଦୁଲ ରଉଫ୍‌ ଅସଗର୍‌ । ଏ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ମଜଲିସ୍‌-ବୁରାସା-ଏ-ଶାହୁଦା ଜମ୍ମୁ ୱା କଶ୍ମୀର ସହିତ ଜଡ଼ିତ ଜଣେ ନେତା ଆବିଦ ମୁଖତାର ଚଳିତ ବର୍ଷ କଶ୍ମୀରରେ ଏକ ଶୋଭାଯାତ୍ରା କରିଥିଲେ । ଯେଉଁ ଥିରେ ସେ ଭାରତ, ଆମେରିକା ଓ ଇସ୍‌ରାଏଲ୍‌ ବିରୋଧରେ ଜିହାଦ ପାଇଁ ଘୋଷଣା କରିଥିଲା । ଏହି ଆତଙ୍କୀ ସଙ୍ଗଠନ ନିଜର ଆକ୍ରମଣ ଷଡ଼ଯନ୍ତ୍ରକୁ ସଫଳ କରିବାକୁ ପ୍ରାୟ ୩୦ ଜଣ ଆତ୍ମଘାତୀ ଆକ୍ରମଣକାରୀଙ୍କୁ ପ୍ରସ୍ତୁତ କରୁଛି । ଏମାନେ ସେନା କ୍ୟାମ୍ପ ଓ ସୁରକ୍ଷାବାହିନୀଙ୍କୁ ଟାର୍ଗେଟ୍‌ କରିପାରନ୍ତି ବୋଲି କୁହାଯାଉଛି ।

ମସୁଦ ଅଜହର ସାନ ଭାଇ ମୁଫ୍‌ତୀ ପୁଣି ଥରେ ବାଲାକୋଟରେ ଆତଙ୍କୀ ତାଲିମ କେନ୍ଦ୍ରକୁ ପୁଣି ସକ୍ରିୟ କରିଛି । ଏହା ବ୍ୟତୀତ ଭବାଲପୁର ଓ ସିୟାଲକୋଟରେ ଆତଙ୍କବାଦୀଙ୍କୁ ମଧ୍ୟ ନିୟୋଜିତ କରାଯାଉଥିବା ଗୁଇନ୍ଦା ସୁତ୍ରରୁ ଜଣାପଡ଼ିଛି । ମସୁଦ ଅଜହର ହେବ ପାକିସ୍ତାନର ବହାବଲପୁରର ମରକଜ ଉସ୍ମାନ-ଓ-ଅଲ୍ଲୀ ଅଂଚଳରେ ରହୁଛି ।