ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦର ଜଣେ ସମର୍ଥକ ଗିରଫ

ଶ୍ରୀନଗର: ଆଜି ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦର ଜଣେ ସମର୍ଥକକୁ ଗିରଫ କରାଯାଇଛି । ଜମ୍ମୁ-କାଶ୍ମୀରର ଅବନ୍ତିପୋରାରୁ ରସିକ୍ ମକବୁଲଙ୍କୁ ଗିରଫ କରାଯାଇଛି । ନିରାପତା ବଳଙ୍କ କହିବା ଅନୁଯାୟୀ, ରସିକ୍ ତ୍ରାଲା ଅଂଚଳରେ ଜୈଶ୍-ଏ-ମହମ୍ମଦ ସଂଗଠନର ସମସ୍ତ ପରିବହନ କାର୍ଯ୍ୟ ତୁଲାଇବା ସହ ଅନ୍ୟାନ୍ୟ ସହଯୋଗ ମଧ୍ୟ କରୁଥିଲା ।

ସୈଦାବାଦ ପାସ୍ତୁନ ଗାଁରେ ତଲାସ ଅଭିଯାନ ସମୟରେ ରସିକ୍‌କୁ ଗିରଫ କରାଯାଇଛି। ତା’ ନିକଟରୁ ନିରାପତ୍ତା ବଳର କର୍ମଚାରୀମାନେ ଅପରାଧିକ କାର୍ଯ୍ୟରେ ବ୍ୟବହୃତ କେତେକ ସାମଗ୍ରୀ ଉଦ୍ଧାର କରିଛନ୍ତି। ଏହାକୁ ଭିତିକରି ଆଇନର ବିଭିନ୍ନ ଧାରା ଅନୁସାରେ ତା’ ନାମରେ ତ୍ରାଲ୍‌ ଥାନାରେ ମାମଲା ରୁଜୁ କରାଯାଇଛି।

ପୂର୍ବରୁ ଅନ୍ୟ ଏକ ସଫଳ ଅଭିଯାନରେ ନିରାପତ୍ତା ବଳ ଲଶ୍କର୍‌-ଏ-ତୈବାର ଜଣେ ସକ୍ରିୟ ଆତଙ୍କବାଦୀକୁ ଗିରଫ କରିଥିଲେ। ଅସ୍ତ୍ରଶସ୍ତ୍ର ସହ ସାପୋରରୁ ଗିରଫ ହୋଇଥିବା ସେ ଆତଙ୍କବାଦୀ ହେଉଛି ବ୍ରତ କଲନର ସଦ୍ଦାମ ମିର୍‌। ସେ ହେଉଛି ଦୁର୍ଦ୍ଦାନ୍ତ ଲଶ୍କର୍‌-ଏ-ତୈବାର ଆତଙ୍କବାଦୀ ସାଜଦର ଘନିଷ୍ଠ ସହଯୋଗୀ। ତାକୁ ଅଧିକ ପଚରାଉଚୁରା କରାଯାଉଛି।