୪ମାସରେ ନାଟ ମଣ୍ଡପ କାମ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ: ହାଇକୋର୍ଟରେ କୋଣାର୍କ ଓ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲା ଉପରେ ଆଜି ଶୁଣାଣୀ ହୋଇଛି । ୪ ମାସ ମଧ୍ୟରେ ନାଟ ମଣ୍ଡପ ମରାମତି ଶେଷ କରିବାକୁ ଏଏସଆଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଆସନ୍ତା ମେ ୪ ତାରିଖରେ ପରବର୍ତୀ ଶୁଣାଣୀ କରାଯିବା ନେଇ ଦିନ ଧାର୍ଯ୍ୟ କରାଯାଇଛି ।

କୋଣାର୍କ ଓ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲା ଶୁଣାଣୀ ପାଇଁ ଏଏସଆଇ ମହାନିର୍ଦ୍ଦେଶକ ଆଜି ହାଇକୋର୍ଟରେ ହାଜର ହୋଇଛନ୍ତି ।  ବାତ୍ୟା ଫୋନିରେ ଶ୍ରୀମନ୍ଦିର ଗର୍ଭଗୃହ, ଜଗମୋହନ ଓ ସୂର୍ଯ୍ୟ ମନ୍ଦିର କ୍ଷୟକ୍ଷତିର ମରାମତି ନେଇ ଏଏସଆଇକୁ ଦାୟିତ୍ୱ ଦିଆଯାଇଥିଲା । ଏହା ଉପରେ ଆଜି ହାଇକୋର୍ଟରେ ଶୁଣାଣୀ କରାଯାଇ ଆସନ୍ତା ୪ ମାସ ମଧ୍ୟରେ ନାଟ ମଣ୍ଡପ ମରାମତି ଶେଷ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  କୋଣାର୍କ ମନ୍ଦିର ମରାମତି ନେଇ ବିସ୍ତୃତ ଯୋଜନା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମେ ୪ ତାରିଖରେ ପରବର୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।