ଏଥର ଜଗତସିଂହପୁରରେ ହେବନି ଦୁର୍ଗାପୂଜା

ଭୁବନେଶ୍ୱର: ଜଗତସିଂହପୁରରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ଉପରେ ରୋକ୍ ଲଗାଯାଇଛି । ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ବାରଣ ଅନୁସାରେ, ମୂର୍ତ୍ତି ନିର୍ମାଣ ହୋଇପାରିବନି । କେବଳ ମାଠି ଉଠାଯାଇ ଘଟ ପୂଜା କରିହେବ । ଏହାଛଡା ମାଟି ଉଠାଇବା ବେଳେ ବାଜା, ବାଣ ଓ ଶୋଭାଯାତ୍ରା କୁ ବାରଣ କରାଯାଇଛି । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଦିନକୁ ତିନି ହଜାର ପାଖାପାଖି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେଥିପାଇଁ ବିଭିନ୍ନ ପ୍ରକାର ପୂଜା ପାର୍ବଣ ଉପରେ ସରକାରଙ୍କ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି ।