ନୀଳଚକ୍ରରେ ଲାଗିଲା ବାନା

ପୁରୀ : ପୁରୀ ଶ୍ରୀମନ୍ଦିରର ନୀଳଚକ୍ରରେ ୧୪ ହାତିଆ ବାନା ଲଗାଯାଇଛି। ବାତ୍ୟା ‘ଫନି’ ପାଇଁ ମେ’ ୧ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାନା ବଦଳା ଯାଇ ୫ ହାତିଆ ବାନା ଲଗାଯାଇଥିଲା। କିନ୍ତୁ ତାହା ଗୁରୁବାର ଦିନ ଚୁନରା ସେବାୟତଙ୍କ ଦ୍ବାରା ବଦଳା ଯାଇ ୧୪ ହାତିଆ ବାନା ଲଗାଯାଇଥିବା ସୂଚନା ମିଳିଛି।