ଶ୍ରୀ ମନ୍ଦିରରେ ଧାଡି ଦର୍ଶନକୁ ବିରୋଧ କରି ଜଗନ୍ନାଥ ସେନାର ବନ୍ଦ ଡାକରା,ପୁରୀରେ ଉତେଜନା

ପୁରୀ : ଶ୍ରୀମନ୍ଦିରେର ଧାଡି ଦର୍ଶନକୁ ବିରୋଧକରି ଜଗନ୍ନାଥ ସେନା ପକ୍ଷରୁ ଦିଆଯାିଥିବା ବନ୍ଦ ପାଳନକୁ ନେଇ ପୁରୀରେ ଉତେଜନା ଦେଖାଦେଇଛି । ଜଗନ୍ନାଥ ସେନାର ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକଙ୍କୁ ପୋଲିସ ଅଟକ ରଖିବା ଯୋଗୁ ପରିସ୍ଥିତି ଉତେଜନାପୂଣ୍ଣ ହୋଇ ପଡିଛି । ଆନ୍ଦୋଳନକରାରୀ ମାନେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଫିସକୁ ଧସେଇ ପସିବା ସହ ଭଙ୍ଗାରୁଜ୍ଜା କରିଛନ୍ତି । ଏହା ସହ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପୁରି ବାସଭବନରେ ପସି ଆସବାଭ ପତ୍ର ଭଙ୍ଗାରୁଜ୍ଜା କରିଛନ୍ତି ଜଗନ୍ନାଥ ସେନାର କର୍ମୀ ମାନେ । ଏହା ସହ ପୁରୀ ଏସପିଙ୍କ ଅଫିସକୁ ଢେଲାମାଡ କରିଛନ୍ତି । ଏହା ସହ ବଡଦାଣ୍ଡରେ ଟାୟାର ଜାଳି ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରିଛନ୍ତି ।

ମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଆଜି ପୁରୀ ବନ୍ଦ ପାଳନ କରାଯାଉଛି। ବନ୍ଦ ପ୍ରଭାବରେ ସହରରେ ଦୋକାନବଜାର ସହ ସମସ୍ତ ସ୍କୁଲ୍‌ ଓ କଲେଜ୍‌ ବନ୍ଦ ରହିଛି। ଆନ୍ଦୋଳନ ଯୋଗୁଁ ସାଧାରଣ ଦର୍ଶନ ପ୍ରଭାବିତ ହୋଇଛି।
ପୁରୀ ବନ୍ଦ ଡାକରା ଦେଇଥିବା ସାମାଜିକ ସଂଗଠନ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଘରୁ ଉଠାଇ ନେଇଛି ପୁଲିସ୍‌। ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିଦଦର୍ଶନ ପଟ୍ଟନାୟକଙ୍କୁ ପୁଲିସ୍ ଅଟକ ରଖିଛି। ଏଥିଯୋଗୁଁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଥିବା ଧାଡ଼ି ଦର୍ଶନକୁ ଭକ୍ତ, ସବାୟତ ଓ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି।