ଜୁନ ଶେଷ ସପ୍ତାହରେ ଓଡିଶା ଫେରିବେ ଜଗାକାଳିଆ

ଭୁବନେଶ୍ୱର : ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଥିବା ଜଗାକାଳିଆ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ସେମାନଙ୍କୁ ଆଉ କୌଣସି ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ନାହିଁ ବୋଲି ଦିଲ୍ଲୀ ଏମସର ଡାକ୍ତର କହିଛନ୍ତି । ଆସନ୍ତା ଜୁନ ମାସ ଶେଷ ସପ୍ତାହରେ ସେମାନେ ଓଡିଶା ଫେରିବେ ବୋଲି ସୂଚନା ମିଳିଛି । ଏମସର ଜଣେ ଡାକ୍ତର ଏବଂ ନର୍ସଙ୍କ ଦାୟିତ୍ୱରେ ଜଗାକାଳିଆଙ୍କୁ ବିମାନରେ ଓଡିଶା ଅଣାଯିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଯୋଡାମୁଣ୍ଡ ଶିଶୁ ଜଗାକାଳିଆଙ୍କୁ ଅଲଗା କରାଯାଇଥିଲା ।