ଜଗା – କାଳିଆ ଫେରିବା ନେଇ ହୋଇନି ନିଷ୍ପତ୍ତି,ଆଲୋଚନା ପାଇଁ ଏମ୍ସ ଯିବେ ଡାକ୍ତରୀ ଦଳ

ନୂଆଦିଲ୍ଲୀ :  ଦିଲ୍ଲୀ ଏମ୍ସରୁ ଜଗା କାଳିଆ ଡିସଚାର୍ଜ ହେବା ନେଇ ନିଷ୍ପତ୍ତି ହୋଇନି । ପ୍ରଥମେ ଓଡ଼ିଶାରୁ ଏକ ଡାକ୍ତରୀ ଦଳ ଏମ୍ସ ଡାକ୍ତରଙ୍କ ସହ ଆଲୋଚନା କରିବେ । ଏହା ପରେ ଡିସଚାର୍ଜ ନେଇ ନିଷ୍ପତ୍ତି ନିଆଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ମିଳିଛି । କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା ଓ କାଳିଆ ଗତବର୍ଷ ଜୁଲାଇ ୧୫ ତାରିଖରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ପରେ ସଫଲ ଅସ୍ତ୍ରୋପଚାର ପରେ ଦୁଇ ଶିଶୁଙ୍କ ମୁଣ୍ଡ ଅଲଗା କରାଯାଇଥିଲା । ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଡିସଚାର୍ଜ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।