“ମିସେସ ସିରିଏଲ କିଲର” କୁ ନେଇ ଚର୍ଚ୍ଚାରେ ଜ୍ୟାକଲିନ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନୂଆ ଡିଜିଟାଲ ଚଳଚ୍ଚିତ୍ର  ‘ମିସେସ ସିରିଏଲ କିଲର’ ୧ ମେ, ୨୦୨୦ରେ ଲୋକପ୍ରିୟ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି ।

jacqueline-mrs-serial-killer look

ଚଳଚ୍ଚିତ୍ର ରିଲିଜ ପୂର୍ବରୁ ଜ୍ୟାକଲିନଙ୍କ ଚରିତ୍ର ବିଷୟରେ ବହୁ ଆଲୋଚନା ଶୁଣିବାକୁ ମିଳିଥୁଲା । କିନ୍ତୁ, ବର୍ତମାନ ଜ୍ୟାକଲିନ ତାଙ୍କର ନୂଆ ଅବତାର ଏବଂ ସୁନ୍ଦର ଅଭିନୟ ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରିଛନ୍ତି । ଏହି ଚଳଚ୍ଚିତ୍ର ସହିତ ଜ୍ୟାକଲିନ କେବଳ ଏକ ନୂତନ ଚରିତ୍ରର ପରିଚୟ ଦେଇନାହାଁନ୍ତି, ସେ ଅନେକ ସ୍ତରରେ ନିଜକୁ ଶକ୍ତିଶାଳୀ ବୋଲି ମଧ୍ୟ ପ୍ରମାଣ ଦେଇ ଲୋକଙ୍କ ମନରେ ଏକ ପ୍ରଭାବଶାଳୀ ଭାବନା ସୃଷ୍ଟି କରିଛନ୍ତି ।

jacqueline-mrs-serial-killer look

ଏହି ଚଳଚ୍ଚିତ୍ର ରିଲିଜ ହେବା ପରଠାରୁ ଜ୍ୟାକଲିନଙ୍କ ଚରିତ୍ର ସୋସିଆଲ ମିଡିଆରେ ଅନେକ ପ୍ରଶଂସା ପାଇଥିଲା । ଯେଉଁଠାରେ ଜ୍ୟାକଲିନ ତାଙ୍କ ଅଭିନୟ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଏହି ଚଳଚ୍ଚିତ୍ରରେ ମନୋଜ ବାଜପେୟୀ ଏବଂ ମୋହିତ ରାଇନାଙ୍କ ପରି ଅଭିନେତାମାନଙ୍କ ସହିତ ଜ୍ୟାକଲିନ ସ୍କ୍ରିନ ସ୍ପେସ ବାଂଟିବା ସହିତ ସେ ତାଙ୍କ ଅଭିନୟ ଯାଦୁରେ ଏକ ପ୍ରଭାବଶାଳୀ ଭାବନା ସୃଷ୍ଟି କରିଛନ୍ତି । ଯାହାକୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି ।