ନୂଆଦିଲ୍ଲୀ : ଆଲିବାବା ପ୍ରତିଷ୍ଠାତା ତଥା ବିଶିଷ୍ଟ ଚୀନ୍ ବ୍ୟବସାୟୀ ଜ୍ୟାକ୍ ମା ନିଖୋଜ । ଅକ୍ଟୋବରରେ ଜିନପିଙ୍ଗ ସରକାରକୁ ଖୁଲମଖୁଲା ଟାର୍ଗେଟ୍ କରିବା ପରେ ଦୁଇ ମାସ ହେବ ଜ୍ୟାକ୍ଙ୍କର ପତ୍ତା ମିଳୁନି । ତେଣୁ ଚାଇନାରେ ରାଜ୍ କରୁଥିବା କମ୍ପ୍ୟୁନିଷ୍ଟ ସରକାର ହିଁ ଏଥିପାଇଁ ଦାୟୀ ବୋଲି ଚର୍ଚ୍ଚା ହେଲାଣି ।
ଚାଇନାରେ ରହିବାକୁ ଗଲେ ଜିନପିଙ୍ଗ୍ ସରକାରକୁ ହାଁ ଜୀ କହିବା କମ୍ପଲସରୀ । ନହେଲେ ନିଖୋଜ୍ ହୋଇଯିବେ କିମ୍ବା ଜେଲ୍ରେ ପଶିବେ । ଏଭଳି ତାଲିକାରେ ଏବେ ଯୋଡ଼ିହୋଇଯାଇଛି ଜ୍ୟାକ୍ ମାଙ୍କ ନାଁ । ଗୋଟିଏ ସମୟରେ ବିଶ୍ବରେ ସବୁଠାରୁ ଧନୀ ବ୍ୟକ୍ତି ଥିବା ଜ୍ୟାକ୍ ଆଲିବାବା ଓ ଆଣ୍ଟ ଗ୍ରୁପ୍ର ଫାଉଣ୍ଡର । ତେବେ ଦୁଇ ମାସ ହେବ ତାଙ୍କର କୌଣସି ଖୋଜ୍ ଖବର ମିଳୁନି । ଜ୍ୟାକ୍ ମା’ ଆଫ୍ରିକାସ୍ ଓନ୍ ହିରୋ ନାମରେ ଏକ ଟ୍ୟାଲେଣ୍ଟ ଶୋର ଆୟୋଜନ କରିଥିଲେ। ହେଲେ ଫାଇନାଲରେ ତାଙ୍କୁ ଦେଖିବାକୁ ମିଳିନଥିଲା । ବରଂ ତାଙ୍କ ବଦଳରେ ଆଉ ଜଣେ ଜଜ୍ ନିଯୁକ୍ତ ହୋଇଥିଲେ । ପୂର୍ବରୁ ୨୦୧୯ ଅକ୍ଟୋବର ୨୪ ରେ ଜ୍ୟାକ୍ ’ସାଂଘାଇରେ ଅଭିଭାଷଣ ରଖି ଜିନପିଙ୍ଗ୍ ସରକାର ବିରୋଧରେ ପ୍ରବଳ ବର୍ଷିଥିଲେ । ଚାଇନାର ରେଗୁଲେସନ ସିଷ୍ଟମକୁ ଏହି ଅଭିଭାଷଣ ଜରିଆରେ ଟାର୍ଗେଟ କରିଥିଲେ । ଚାଇନାର ଗ୍ଲୋବାଲ ବ୍ୟାଙ୍କିଙ୍ଗ ନିୟମ ବୃଦ୍ଧ ଲୋକଙ୍କ କ୍ଲବ୍ ସହ ସମାନ । ଜ୍ୟାକ୍ ମାଙ୍କ ଏହି ଅଭିଭାଷଣକୁ ଚାଇନା କମ୍ପ୍ୟୁନିଷ୍ଟ ପାର୍ଟି ଘୋର ବିରୋଧ କରୁଥିଲା । ଆଣ୍ଟ ଗ୍ରୁପ୍ ବିରୋଧରେ ଚାଇନା ରେଗୁଲେଟୋରି ୟୁନିଟ୍ ଛାନ୍ଭିନ୍ କରୁଛି । ସାଙ୍ଘାଇ ସେୟାର ମାର୍କେଟ୍ରୁ ତାଙ୍କ ସେୟାର ଖସାଇ ଦିଆଯାଇଛି । ଏପରିକି ସେ ଦେଶ ବାହାରକୁ ଯାଇପାରିବେ ନାହିଁ ବୋଲି ମଧ୍ୟ ଜିନ୍ପିଙ୍ଗ ସରକାର ନିର୍ଦ୍ଦେଶ ଜାରି କରିଥିଲେ । ପୂର୍ବରୁ ୨୦୧୬-୧୭ରେ ମଧ୍ୟ କିଛି ବିଜନେସ୍ମ୍ୟାନ୍ ଚାଇନା ସରକାରଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଚାଇନିଜ୍-କାନାଡିଆନ୍ ବିଜନେସ୍ ମ୍ୟାନ୍ ସିଆଓ ଜିନ୍ହୁଆ କିଛି ଦିନ ନିଖୋଜ ହେବା ପରେ ପୁଣି ସାମ୍ନାକୁ ଆସିଥିଲେ । ତେଣୁ ଜ୍ୟାକ୍ ମା ଙ୍କୁ ନେଇ ଏବେ ଅନେକ ଆଶଙ୍କା ସୃଷ୍ଟି ହୋଇଛି ।