୨୦ରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ଜେପି ନଡ୍ଡା!

ନୂଆଦିଲ୍ଲୀ: ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଆସନ୍ତା ୨୦ ତାରିଖରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇପାରନ୍ତି ।

ଏହି ପଦ ପାଇଁ ୨୦ରେ ନାମାଙ୍କନ ପତ୍ର ଦାଖଲ ହେବ ଏବଂ ସେହିଦିନ ହିଁ ଭୋଟ୍ ହେବ। ସେ ନିର୍ଦ୍ୱନ୍ଦ୍ୱରେ ଏବଂ ସର୍ବସମ୍ମତି କ୍ରମେ ଏହି ପଦବୀ ପାଇଁ ଏକମାତ୍ର ବ୍ୟକ୍ତି ଭାବେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି।

ସେ ବର୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସ୍ଥାନରେ ଏହି ଦାୟିତ୍ୱ ନେବେ। ଦଳର ସାଙ୍ଗଠନିକ ନିର୍ବାଚନ ଦାୟିତ୍ୱରେ ଥିବା ବରିଷ୍ଠ ବିଜେପି ନେତା ରାଧା ମୋହନ ସିଂହ ଏ ବିଷୟରେ ସୂଚନା ଦେଇଛନ୍ତି। ବିଜେପିର ୩୬ଟିରୁ ୨୧ଟି ୟୁନିଟ୍‌ରେ ନିର୍ବାଚନ ପ୍ରକ୍ରିୟା ସରିବା ପରେ ଏ ବିଷୟରେ ସୂଚନା ଦିଆଯାଇଛି।