କଟକ: କଟକରେ ଉଦଘାଟିତ ହେଲା ଆୟକର ଟ୍ରିବ୍ୟୁନାଲ ଭବନ । ଭିଡିଓ କନଫେରେନସିଂ ଜରିଆରେ ଏହାକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଟ୍ରିବ୍ୟୁନାଲ ବିଲ୍ଡିଂ । ପୂର୍ବ ଭାରତ ତଥା ଉତ୍ତର ପୂର୍ବ ଭାରତର କରଦାତା ମାନଙ୍କୁ ଏଠାରୁ ଆବଶ୍ୟକୀୟ ସେବା ମିଳିପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ଅପରାହ୍ଣ ସାଢ଼େ ଚାରିଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦୀ ଏହାକୁ ଉଦଘାଟନ କରିଥିବାବେଳେ ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ଓ ନ୍ୟାୟ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବିଚାରପତିଗଣ, ଆଇଟିଏଟିର ଅଧ୍ୟକ୍ଷ ଜଷ୍ଟିସ ପି.ପି ଭଟ୍ଟ, କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡର ଅଧ୍ୟକ୍ଷ ଶ୍ରୀ ପି.ସି. ମୋଦୀ, ଆଇଟିଏଟି ଉପାଧ୍ୟକ୍ଷ ଏବଂ ସଦସ୍ୟଗଣ, ବିଭାଗୀୟ ଅଧିକାରୀ ଏବଂ ଦେଶର ବିଭିନ୍ନ ବାର ଆସୋସିଏସନର ପଦାଧିକାରୀ ଓ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ମୋଦୀ କହିଥିଲେ ଯେ, ‘ଓଡ଼ିଶା କଳା ଓ ସଂସ୍କୃତିର ତପୋଭୂମି ଢ ପ୍ରଭୁ ଜଗନ୍ନାଥଙ୍କ ଭୂମିର ବାସିନ୍ଦା ଓଡିଶାବାସୀଙ୍କୁ କହିବାକୁ ଚାଁହୁଛି ଯେ ସେମାନେ ଲୋକାଲ ଫର ଭୋକାଲ ହୁଅନ୍ତୁ ଢ ସ୍ଥାନୀୟ ଲୋକଙ୍କ ଦ୍ୱାରା ତିଆରି କରାଯାଇଥିବା ଜିନିଷ କିଣନ୍ତୁ ଢ ଆମ ଦେଶର ଲୋକଙ୍କ ଝାଳବୁହା ଜିନିଷ କିଣିଲେ ଅର୍ଥନୀତି ଆଗେଇବ ଢ ଆପଣମାନେ ଲକ୍ଷ୍ୟ କରିଥିବେ ଯେ ଆମର ଅର୍ଥନୀତି ଧୀରେ ଧୀରେ ଆଗକୁ ବଢୁଛି ଢ ସୂଚନା ଥାଉ କି ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର କଟକ ବେଞ୍ଚ କାର୍ଯ୍ୟାଳୟ ଅସ୍ଥାୟୀ ଭାବରେ ୧୯୭୦ରେ ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ପାଖାପାଖି ୫୦ ବର୍ଷ ଧରି ଏହା ଭଡ଼ା ଘରେ ଚାଲି ଆସୁଥିଲା। ତେଣୁ ଆଇଟିଏଟିର କଟକ ବେଞ୍ଚ ଉଦଘାଟନ ହେବା ଫଳରେ ନ୍ୟାୟ ଚାହୁଁଥିବା ଲୋକମାନଙ୍କୁ ତୁରନ୍ତ ନ୍ୟାୟ ମିଳିପାରିବ। ନୂଆ ଅଟ୍ଟାଳିକାରେ ଉନ୍ନତ ସଂଚାର ବ୍ୟବସ୍ଥା ସହିତ ଇ-କୋର୍ଟ ସୁବିଧା ରହିଛି। ଯାହାଫଳରେ କଟକ ବେଞ୍ଚ ଏଠାକାର ମାମଲା ସମେତ କୋଲକାତା ଜୋନରେ ଥିବା ଅନ୍ୟ ନିଷ୍କ୍ରିୟ ବେଞ୍ଚ ଯେପରିକି ରାଞ୍ଚି, ପାଟନା ଓ ଗୌହାଟୀ କ୍ଷେତ୍ରରୁ ଆସୁଥିବା ମାମଲାଗୁଡ଼ିକର ଦ୍ରୁତ ସମାଧାନ କରିପାରିବ।
୨୦୧୫ରେ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେଇଥିବା ୧.୬୦ ଏକର ଜମିରେ ଆଇଟିଏଟିର ନୂଆ କାର୍ଯ୍ୟାଳୟ ତଥା ଆବାସିକ ପରିସର ନିର୍ମିତ ହୋଇଛି । ମୋଟ ୧୯୩୮ ବର୍ଗମିଟର ସ୍ଥାନରେ କାର୍ଯ୍ୟାଳୟ ପରିସର ନିର୍ମାଣ କରାଯାଇଛି । ତିନି ମହଲା ବିଶିଷ୍ଟ ଅଟ୍ଟାଳିକାରେ ବଡ଼ କୋର୍ଟ କକ୍ଷ, ଅତ୍ୟାଧୁନିକ ରେକର୍ଡ କକ୍ଷ, ବେଞ୍ଚର ସଦସ୍ୟମାନଙ୍କ ପାଇଁ ସୁବ୍ୟବସ୍ଥିତ ଚାମ୍ବର୍ସ, ପାଠାଗାର କକ୍ଷ, ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ମକଦ୍ଦମାକାରୀଙ୍କ ପାଇଁ ଯଥେଷ୍ଟ ସ୍ଥାନ, ଆଇନଜୀବୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ଆଦିଙ୍କ ପାଇଁ ବାର କକ୍ଷ ଆଦି ରହିଛି । ଆଇଟିଏଟି ନାମରେ ପରିଚିତ ଆୟକର ଆପିଲେଟ ଟ୍ରିବ୍ୟୁନାଲ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଧାନିକ ସଂସ୍ଥା ଏବଂ ତଥ୍ୟ ପ୍ରମାଣ ମିଳିବା ପରେ ଏହାର ଆଦେଶକୁ ଚୂଡ଼ାନ୍ତ ବୋଲି ଗ୍ରହଣ କରାଯାଇଥାଏ ।
ଝାଡ଼ଖଣ୍ଡ ଓ ଗୁଜରାଟ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ (ଅପସରପ୍ରାପ୍ତ) ପି. ପି. ଭଟ୍ଟ ବର୍ତ୍ତମାନ ଏହାର ମୁଖ୍ୟ ଅଛନ୍ତି । ପ୍ରଥମ ଟ୍ରିବ୍ୟୁନାଲ ଭାବେ ୨୫ ଜାନୁଆରୀ, ୧୯୪୧ରେ ଆଇଟିଏଟି ପ୍ରତିଷ୍ଠା କରାଯାଇଥିଲା ଏବଂ ଏହା “ମୂଳ ଟ୍ରିବ୍ୟୁନାଲ” ଭାବେ ପରିଚିତ । ପ୍ରଥମେ ଦିଲ୍ଲୀ, ବମ୍ବେ ଓ କଲିକତାରେ ତିନୋଟି ବେଞ୍ଚ ସହିତ ୧୯୪୧ରେ ଏହା ପ୍ରତିଷ୍ଠା ହୋଇଥିଲା । ବର୍ତ୍ତମାନ ଭାରତର ୩୦ଟି ସହରରେ ଏହାର ୬୩ଟି ବେଞ୍ଚ ଓ ଦୁଇଟି ସର୍କିଟ ବେଞ୍ଚ ରହିଛି । ଆଇଟିଏଟିର ଲକ୍ଷ୍ୟ ହେଉଛି “ନିରପେକ୍ଷ ସୁଲଭ ସତ୍ବର ନ୍ୟାୟ”, ଯାହାର ଅର୍ଥ ନିରପେକ୍ଷ, ସହଜ ଓ ଦ୍ରୁତ ନ୍ୟାୟ। ୭୯ ବର୍ଷର ଗୌରବପୂର୍ଣ୍ଣ ଯାତ୍ରା ମଧ୍ୟରେ ଆଇଟିଏଟି ଆବେଦନକାରୀଙ୍କୁ ତୁରନ୍ତ ଓ ବାଧାମୁକ୍ତ ନ୍ୟାୟ ଦେବାରେ ସମସ୍ତ ପ୍ରକାରର ପ୍ରୟାସ କରିଛି।
ITAT inagurated by pm narendra modi