କୋରୋନା ଯୋଗୁଁ ବିଶ୍ୱରେ ମୃତ୍ୟୁସଂଖ୍ୟା ୨,୯୭୮କୁ ଛୁଇଁଲା

ନୂଆଦିଲ୍ଲୀ: କୋରୋନା ଦିନକୁ ଦିନ ନିଜର କାୟା ବିସ୍ତାର କରିବା ସହ ଶହ ଶହ ଲୋକଙ୍କ ଜୀବନ ନେଉଛି । ଗୋଟିଏ ଦିନରେ ଏହି ମହାମାରୀ ଇଟାଲୀରେ ୪୭୫ଜଣଙ୍କର ଜୀବନ ଯାଇଥିବା ଜଣାପଡିଛି । ଫଳରେ ସାରା ବିଶ୍ୱରେ ଏଯାବତ୍ ମୃତ୍ୟୁ ସଂଖ୍ୟା ୨,୯୭୮ରେ ପହଂଚିଯାଇଛି । ଯଦି ଏଭଳି ପ୍ରକ୍ରିୟା ଜାରି ରହିବ, ତା’ହେଲେ ଖୁବଶୀଘ୍ର ଚାଇନାର କରୋନା ଜନିତ ମୃତ୍ୟୁସଂଖ୍ୟାକୁ ଇଟାଲୀ ଅତିକ୍ରମ କରିଯିବାର ଆଶଙ୍କା ପ୍ରକାଶ ପାଇଛି।

ଇଟାଲୀର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଂଟାରେ ଇଟାଲୀରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧୯% ବୃଦ୍ଧି ପାଇଛି। ଫଳରେ ଏଠାରେ କୋରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୯୭୮ରେ ପହଂଚିଯାଇଛି।

ସେହିପରି ବୁଧବାର ଇଟାଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧, ୫୦୬ ଥିବା ବେଳେ ଗୁରୁବାର ଏହି ସଂଖ୍ୟା ୩୫, ୭୧୩ରେ ପହଂଚିଯାଇଛି। ଅର୍ଥାତ ଆକ୍ରାନ୍ତଙ୍କ ସହଂଖ୍ୟା ୧୩% ବୃଦ୍ଧି ପାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୪,୦୨୫ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ବି ୨୮,୭୧୦ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୨୨୫୭ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

ଡିସେମ୍ବର ମାସରେ ଚାଇନାର ଉହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କୋରୋନା ଭାଇରସ ଏଯାଏ ସାରା ବିଶ୍ୱରେ ୮,୯୬୯ ଜୀବନ ନେଇଥିବା ବେଳେ ୨,୧୯, ୩୩୨ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ତେବେ ୮୫,୭୪୫ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନାରେ ପ୍ରାଣ ହରାଇଥିବା ୮,୯୬୯ ଜଣଙ୍କ ମଧ୍ୟରୁ ଚାଇନାରେ ୩,୨୪୫ ଜଣଙ୍କ ଜୀବନ ଯାଇଛି।