ଇଟାଲୀରେ କୋରୋନା ଯୋଗୁଁ ଗୋଟିଏ ଦିନରେ ଗଲା ୧୦୦୦ ଜୀବନ

ରୋମ: ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । କୋରୋନାର କେନ୍ଦ୍ର ପାଲଟିଥିବା ଇଟାଲୀରେ ପ୍ରତିଦନ ମୃତ୍ୟୁର ସଂଖ୍ୟା ବଢିଚାଲିଛି । ଏହି ମହାମାରୀ ଯଦି କୌଣସି ଦେଶରେ ଅଧିକ ପ୍ରଭାବ ପକାଇଥାଏ, ତେବେ ସେ ଦେଶ ହେଉଛି ଇଟାଲୀ । ୟୁରୋପର ଏହି ଦେଶରେ ବର୍ତ୍ତମାନ ସୁଦ୍ଧା ୮ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଶୁକ୍ରବାର କେବଳ ଗୋଟିଏ ଦିନରେ ହି ୧୦୦୦ ଲୋକଙ୍କ ଜୀବନ ନେଇଛି କୋରୋନା ।

କେବଳ ଇଟାଲୀରେ ନୁହେଁ ୟୁରୋପର ବ୍ରିଟେନ, ସ୍ପେନ, ଜର୍ମାନୀ ଭଳି ଦେଶ ମଧ୍ୟ ମହାମାରୀ କୋରୋନା କବଳରେ ରହିଛି । ସମ୍ପୂର୍ଣ୍ଣ ୟୁରୋପରେ କୋରୋନା ଭାଇରସର ୩ ଲକ୍ଷରୁ ଅଧିକ ମାମଲା ରହିଛି । କେବଳ ଇଟାଲୀରେ ୮୬ ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ଅଛନ୍ତି । ଏହା ପୂର୍ବରୁ ଇଟାଲୀରେ ଗୁରୁବାର ୭୧୨, ବୁଧବାର ୬୮୩, ମଙ୍ଗଳବାର ୭୪୩ ଓ ସୋମବାର ୬୦୨ ଜଣଙ୍କର କୋରୋନା ଭାଇରସ ଯୋଗୁଁ ମୃତ୍ୟୁ ହୋଇଥିଲା ।