ମି-ଠୁ ଅଭିଯୋଗ ନେଲା ଜୀବନ : ଆଇଟି କମ୍ପାନୀ ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟଙ୍କ ଆତ୍ମହତ୍ୟା

ନୋଏଡ଼ା : ମି-ଠୁ ଅଭିଯୋଗ ନେଲା ଜୀବନ  । ଆଇଟି କମ୍ପାନୀ ଜେନପାକ୍ଟର ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ ସ୍ବରୂପ ରାଜଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିବା ପରେ ସେ ଆତ୍ମହତ୍ଯା କରିଛନ୍ତି । କେରଳ ବାସିନ୍ଦା ସ୍ବରୂପ ରାଜ, ଦିଲ୍ଲୀ ନିକଟସ୍ଥ ନୋଏଡ଼ାରେ ଚାକିରୀ କରୁଥିଲେ । ତେବେ ଅଫିସ୍ ର ସହକର୍ମୀ ଝିଅ ମାନେ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ ତାଙ୍କୁ ଚାକିରୀରୁ ସସପେଣ୍ଡ କରାଯାଇଥିଲା ।  ଆତ୍ମହତ୍ୟା ପୂର୍ବରୁ ସେ ନିଜ ପତ୍ନୀଙ୍କ ପାଇଁ ଏକ ସୁଇସାଇଡ୍  ନୋଟ୍  ଛାଡ଼ି ଯାଇଛନ୍ତି । ତାଙ୍କୁ ଅଫିସ୍ ର ସହକର୍ମୀ ଝିଅ ମାନେ ମିଛ ଅଭିଯୋଗ ନେଇ ଫସାଇଥିଲେ ବୋଲି ସେ ସୁଇସାଇଡ୍ ନୋଟ୍ ରେ ଲେଖିଛନ୍ତି । ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ ଅଭିଯୋଗ ଆସିବା ପରେ ଲୋକେ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ । ସ୍ବରୂପ ରାଜ ତାଙ୍କର ନୋଏଡ଼ା ସ୍ଥିତ ବାସଭବନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ମି-ଠୁ ଅଭିଯୋଗ ନେଲା ଜୀବନ

ଆତ୍ମହତ୍ୟା କଲେ ଆଇଟି କମ୍ପାନୀର ବରିଷ୍ଠ ଅଧିକାରୀ

ଜେନପାକ୍ଟର ବରିଷ୍ଠ ଅଧିକାରୀ ସ୍ବରୂପ ରାଜଙ୍କ ଆତ୍ମହତ୍ୟା

ସହକର୍ମୀ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ

ସ୍ବରୂପ ରାଜଙ୍କୁ ଚାକିରୀରୁ ସସ୍ ପେଣ୍ଡ କରାଯାଇଥିଲା

ପତ୍ନୀଙ୍କ ଉଦ୍ଦେଶ୍ଯରେ ଲେଖିଲେ ସୁଇସାଇଡ୍ ନୋଟ୍

ନିଜକୁ ନିର୍ଦ୍ଦୋଶ ବୋଲି ଦର୍ଶାଇଥିଲେ ସ୍ବରୂପ ରାଜ

୨୦ ବର୍ଷର ସୁନ୍ଦରୀ ବୋହୁକୁ ଘରେ ଏକୁଟିଆ ପାଇ ଦୁଷ୍କର୍ମ କଲା ଶଶୁର, ଜାଣିବା ପରେ କଣ କଲେ ସ୍ୱାମୀ ଓ ଶାଶୁ