ଦେଶବାସୀଙ୍କ ସ୍ଵପ୍ନ ପୂରଣ କରିବୁ, ସମସ୍ତଙ୍କୁ ଧନ୍ୟବାଦ: ଇସ୍ରୋ

ବାଙ୍ଗାଲୋର:ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ଚନ୍ଦ୍ରଯାନ-୨କୁ  ମିଳିଥିବା ସମର୍ଥନ ନେଇ ସମସ୍ତଙ୍କୁ ଧନ୍ୟବାଦ ଦେଇଛି । ଚନ୍ଦ୍ରପୃଷ୍ଠରେ ଅବତରଣ ହେବା ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ଛିନ୍ନ ହେବା ପରେ ସମସ୍ତ ଭାରତୀୟ ବୈଜ୍ଞାନିକଙ୍କ ଆତ୍ମବିଶ୍ୱାସ ବଢାଇଥିଲେ । ଏହି ସମର୍ଥନକୁ ନେଇ ଇସ୍ରୋ ଟ୍ୱିଟ୍ କରିଛି । ଏପରିକି ଭାରତୀୟଙ୍କ ସ୍ୱପ୍ନ ସାକାର କରିବା ହିଁ ଆମର ଲକ୍ଷ ବୋଲି ଇସ୍ରୋ କହିଛି ।

ଇସ୍ରୋ ଟ୍ୱିଟ୍ କରି କହିଛି ଯେ, ଆମ ସହ ରହିଥିବାରୁ ଧନ୍ୟବାଦ । ଆମେ ସାରା ବିଶ୍ୱରେ ରହୁଥିବା ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ନେଇ ଆଗକୁ ବଢିବୁ । ସୂଚନାଯୋଗ୍ୟ କି, ଇସ୍ରୋ ଚନ୍ଦ୍ରଯାନ-୨କୁ ସେପ୍ଟେମ୍ବର ୭ ରାତ୍ରରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥାନ୍ତା କିନ୍ତୁ ଏହା ମାତ୍ର ୨.୧ କିମି ଦୂରରେ ସମ୍ପର୍କ ବିଛିନ୍ନ କରିଥିଲା ।

ଇସ୍ରୋ ବୈଜ୍ଞାନିକଙ୍କ କିହବାନୁସାରେ, କେବଳ ୫ ପ୍ରତିଶତ ଅଂଶ ପ୍ରଭାବିତ ହୋଇଛି । ଅନ୍ୟ ୯୫ ପ୍ରତିଶତ ଅଂଶ କାମ କରୁଛି । ୫ ପ୍ରତିଶରେ କେବଳ ବିକ୍ରମ ଓ ରୋବର ପ୍ରଜ୍ଞାନ ସହ ସଂପର୍କ କଟିଛି ।