ଅମରାବତୀ: ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱିତୀୟ ଗୁଇନ୍ଦା ଉପଗ୍ରହ କୁ ମହାକାଶକୁ ଉତ୍କ୍ଷେପଣ କରିଛି। ନିର୍ଦ୍ଧାରିତ ସମୟ ଅପରାହ୍ନ ୩ଟା ୨୫ ମିନିଟରେ ଏହି ଉପଗ୍ରହକୁ ମହାକାଶକୁ ଛାଡ଼ିଛି ଇସ୍ରୋ। ପିଏସ୍ଏଲ୍ଭିର ଏହା ୫୦ତମ ଉତ୍କ୍ଷେପଣ। ଆର୍ଆଇ-ସାଟ୍- ୨ବିଆଆର୍ଆଇ-ସାଟ୍- ୨ବିଆର୍୧ର୍୧ ସହିତ ନଅଟି ବ୍ୟବସାୟିକ ଉପଗ୍ରହ ମଧ୍ୟ ମହାକାଶକୁ ଯାଇଛି। ଆର୍ଆଇ-ସାଟ୍- ୨ବିଆର୍୧ ଉପଗ୍ରହର ଓଜନ ୬୨୮ କିଲୋ ରହିଛି।
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀସ୍ ଧାଓ୍ଵନ ମହାକାଶ କେନ୍ଦ୍ରରୁ ଗୁଇନ୍ଦା ଉପଗ୍ରହ ଆର୍ଆଇ-ସାଟ୍- ୨ବିଆର୍୧ର ଉତକ୍ଷେପଣ ହୋଇଛି। ଇସ୍ରୋ ପକ୍ଷରୁ ମହାକାଶକୁ ପଠାଯାଇଥିବା ଆର୍ଆଇ-ସାଟ୍- ୨ବିଆର୍୧ ହେବ ଦେଶର ଦ୍ୱିତୀୟ ଗୁଇନ୍ଦା ଉପଗ୍ରହ। ଏହା ପୂର୍ବରୁ ନଭେମ୍ୱର ୨୭ରେ ଇସ୍ରୋ କାର୍ଟୋସାଟ୍-୩ ଗୁଇନ୍ଦା ଉପଗ୍ରହକୁ ମହାକାଶକୁ ଛାଡ଼ିଥିଲା। ଏହି ଉପଗ୍ରହ ପଡୋଶୀ ଦେଶର ଗତିବିଧି ଏବଂ ସୀମାରେ ଅନୁପ୍ରବେଶକାରୀଙ୍କ ବାବଦରେ ଭାରତୀୟ ସେନାକୁ ସୂଚନା ଦେବ।