କ୍ୱାରେନଂଟାଇନ୍ ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଇସ୍ରାଏଲ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ କ୍ୱାରେଂଟାଇନ୍ ରେ ରଖାଯାଇଛି । କିଛି ଗଣମାଧ୍ୟରେ ତାଙ୍କର କୋରୋନା ରିପୋର୍ଟ ପଜିଟିଭ ବୋଲି ପ୍ରକାଶ ପାଇଥିଲା । ମାତ୍ର ନେତନ୍ୟାହୁଙ୍କୁ ରିପୋର୍ଟ ନେଗେଟିଭ୍ ଆସିଛି । ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନମୁନା ପଜିଟିଭ ଚିହ୍ନଟ ହୋଇଥିଲା । ଜନସନଙ୍କ ପରେ ନେତାନ୍ୟାହୁ ହେଉଛନ୍ତି ଦ୍ୱିତୀୟ ବିଶ୍ୱସ୍ତରୀୟ ବରିଷ୍ଠ ନେତା, ଯିଏକି ଏବେ କୋରୋନା ଭାଇରସ ସନ୍ଦିଗ୍ଧରେ ଆସିଛନ୍ତି । ବ୍ରିଟେନରେ ଜନସନଙ୍କ ପୂର୍ବରୁ ପ୍ରିନ୍ସ ଚାର୍ଲ୍ସ କୋରୋନା ଭାଇରସ ଚିହ୍ନଟ ହୋଇଥିଲେ । କିନ୍ତୁ ସେ ଏବେ ସୁସ୍ଥ ଅଛନ୍ତି ।

ନେତନ୍ୟାହୁଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ, ତାଙ୍କର ନମୁନା ପରୀକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ସେ କ୍ୱାରେଂଟାଇନ୍  ରେ ରହିବେ । ଯେତେ ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ବ୍ୟକ୍ତିଗତ ଡାକ୍ତରଙ୍କ ଠାରୁ ସ୍ପଷ୍ଟିକରଣ ନ ମିଳିଛି, ସେତେଦିନ ପର୍ଯ୍ୟନ୍ତ ନେତନ୍ୟାହୁ କ୍ୱାରେଂଟାଇନ୍ ରେ ରହିବେ । ତାଙ୍କର ଘନିଷ୍ଠ ସହଯୋଗୀଙ୍କୁ ମଧ୍ୟ ଆଇସୋଲେଶନରେ ରଖାଯାଇଛି ।