ଧରାପଡ଼ିଲା ଆଇଏସଆଇଏସ ବାଗଦାଦୀର ଭଉଣୀ

ୱାଶିଂଟନ: ଆଇଏସଆଇଏସ ଆତଙ୍କବାଦୀ ଆବୁ ବୁକର ଅଲ ବାଗଦାଦୀ ନିହତ ହେବା ପରେ ସୁରକ୍ଷା ସଂସ୍ଥା ଏବେ ତା’ର ପରିବାର ଉପରେ ନଜର ରଖିଛି । ତୁର୍କୀର ସେନା ଉତ୍ତର ସିରିଆର ଅଜାଜ ସହରରେ ବାଗଦାଦୀର ଭଉଣୀ ରଶମିୟା ଅଭଦକୁ ଲୁଚି ଥିବା ସମୟରେ ଗିରଫ କରିଥିବା ଦାବି କରିଛି । ଚଢ଼ାଉ ସମୟରେ ବାଗଦାଦୀର ଭଉଣୀ ଏକ କଣ୍ଟେନରରେ ଲୁଚିଥିଲା ।

ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଚଢ଼ାଉ ସମୟରେ ବାଗଦାଦୀର ଭଉଣୀ, ତା’ର ସ୍ୱାମୀ ଓ ବୋହୂଙ୍କୁ ଗିରଫ କରାଯାଇଛି । ତୁକୀ ଏଜେନ୍ସି ପଚରାଉଚରା କରୁଛି । ଅଧିକାରୀ କହିଛନ୍ତି ଯେ, ରଶମିୟା ଅଭଦକୁ ଅଜାଜ ନିକଟିରେ ଲୁଚିଥିବା ଅବସ୍ଥାରେ ଥିବା ବେଳେ ଚଢ଼ାଉ କରି ଗିରଫ କରାଯାଇଛି । ସୁରକ୍ଷା ସଂସ୍ଥା ତାକୁ ପଚରାଉଚରା ବେଳେ ବାଗଦାଦୀର ଭଉଣୀ ଆଇଏସଆଇଏସ କାମକାର୍ଯ୍ୟ ଓ ଗୁଇନ୍ଦା ସୂଚନା ସଂପର୍କୀତ ତଥ୍ୟ ହାସଲ କରିବ । 

ଏହା ପୂର୍ବରୁ ଗତ ଅକ୍ଟୋବର ୨୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଇଏସଆଇଏସ ମୁଖ୍ୟ ବାଗଦାଦୀକୁ ଏକ ଅପରଶେନ ସମୟରେ ନିହତ କରାଯାଇଥିବା ଦାବି କରିଥିଲେ । ଟ୍ରମ୍ପ କହିଥିଲେ ଯେ, ଇଡଲିଭରେ ଆମେରିକା ଡେଲ୍ଟା ଫୋର୍ସ ଏକ ଅପରେଶନ ସମୟରେ ବାଗଦାଦୀଙ୍କୁ ନିହତ କରିଥିଲା ।