ବାଗଦାଦ : ଦୀର୍ଘ ପାଞ୍ଚ ବ୍ୟବଧାନରେ ଆତ୍ମପ୍ରକାଶ କରିଛି ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ମୁଖ୍ୟ ଅବୁ ବକର ଅଲ୍-ବାଗଦାଦି। ସୋମବାର ଏକ ଭିଡିଓ ବାର୍ତ୍ତାରେ ସେ ନିଜ ସମର୍ଥକଙ୍କୁ ଉଦ୍ବୋଧନ ଦେଉଥିବାର ଦୃଶ୍ୟ ପ୍ରସାରିତ ହୋଇଥିଲେ ମଧ୍ୟ ଏହାର ବାସ୍ତବତା ନେଇ ସନ୍ଦେହ ରହିଛି। ଭିଡିଓରେ ସେ ଅତୀତ କାଳରେ କଥାବାର୍ତ୍ତା କରୁଥିବାରୁ ଏପରି ସନ୍ଦେହ କରାଯାଉଛି। ଗତ ମାସରେ ସିରିଆରେ ଆଇଏସ୍ର ଶେଷ ଦୁର୍ଗ ବାଘୋଜ୍ର ପତନ ହୋଇଥିଲା ଏବଂ ବାଘୋଜ୍ ଯୁଦ୍ଧର ଅବସାନ ଘଟିଛି ବୋଲି ସେ କହୁଥିବାରୁ ବାଗଦାଦୀର ଭାଷଣ ସତ କିମ୍ବା ରେକର୍ଡ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ। ଭିଡିଓରେ ବାଗଦାଦି ତିନି ସହଯୋଗୀଙ୍କ ସହିତ ଏକ ଗଦି ଉପରେ ଗୋଡ଼ ଛନ୍ଦି ବସିଥିବା ଦେଖାଯାଉଛି।
Next Post