ଭାଉଜଙ୍କ ପ୍ରୋଟୋକଲ ଫଲୋ କରନ୍ତି ଈଶାନ୍

ମୁମ୍ୱାଇ: ଧଡକ” ଫେମ୍ ଈଶାନ୍ ଖଟ୍ଟର ନିଜ କ୍ୟାରିୟରକୁ ଯେତିକି ଗୁରୁତ୍ୱ ଦିଅନ୍ତି, ତା’ଠାରୁ ଅଧିକ ନିଜ ପରିବାରକୁ । ସେ ସବୁବେଳେ ଭାଇ ସାହିଦ୍ କପୁରଙ୍କ ଝିଅ ଓ ପୁଅ ଅର୍ଥାତ୍ ଝିଆରୀ(ମିଶା) ଏବଂ ପୁୁତୁରା(ଜୈନ୍) ଙ୍କ ସହ ସମୟ ବିତାଇବା ଅଧିକ ପସନ୍ଦ କରନ୍ତି । ତେବେ ଏଥିପାଇଁ ଭାଉଜ ମୀରା ରାଜପୁତଙ୍କ କିଛି ପ୍ରୋଟୋକଲକୁ ଫଲୋ କରିବାକୁ ପଡିଥାଏ । ଯାହାର ଖୁଲାସା କରିଛନ୍ତି ନିଜେ ଈଶାନ୍ ।

ଈଶାନ୍ ଏକ ଚାଟ୍ ଶୋ’ରେ ଏହାକୁ ସେୟାର କରି କହିଛନ୍ତି ଯେ, ମୋତେ ଝିଆରୀ ଓ ପୁତୁରାଙ୍କୁ ଦେଖା କରିବାକୁ ହେଲେ ଭାଉଜଙ୍କର କିଛି ପ୍ରୋଟୋକଲ ଫଲୋ କରିବାକୁ ପଡିଥାଏ । ଭାଉଜଙ୍କୁ ଘର ମଝିରେ କିମ୍ବା କୌଣସି କୋଣରେ ଜୋତା ରଖିବା ପସନ୍ଦ ନୁହେଁ । ଘରକୁ ପ୍ରବେଶ କରିବା ପୂର୍ବରୁ ବାହାରେ ଜୋତା ରଖିବା ହେଉଛି ଭାଉଜଙ୍କ ପ୍ରୋଟୋକଲ । ତେବେ ଏହାକୁ ମୋତେ ମାନିବାକୁ ପଡିଥାଏ । ତେବେ ଭାଉଜଙ୍କର ଏହି ପ୍ରୋଟୋକଲ ଫଲୋ କରି କରି ମୋର ଘରକୁ ଯିବା ପୂର୍ବରୁ ବାହାରେ ଜୋତା ରଖିବା ଅଭ୍ୟାସ ହୋଇଗଲାଣି । ଯାହା ଏକ ଭଲ ଅଭ୍ୟାସ ।