ଓଡ଼ିଆ ପୁଅ ସଞ୍ଜୟ ମହାନ୍ତି ହେଲେ ଦକ୍ଷିଣପୂର୍ବ ରେଳୱେର ନୂଆ ଜେନେରାଲ ମ୍ୟାନେଜର

ଭୁବନେଶ୍ୱର:ପୁଣି ଜଣେ ଓଡ଼ିଆ ପୁଅଙ୍କୁ ଗୁରୁ ଦାୟିତ୍ୱ ମିଳିଛି । ଦକ୍ଷିଣପୂର୍ବ ରେଳୱେର ନୂଆ ଜେନେରାଲ ମ୍ୟାନେଜର ଭାବେ ଓଡ଼ିଆ ଅଫିସର ସଞ୍ଜୟ ମହାନ୍ତି ନିଯୁକ୍ତି ପାଇଛନ୍ତି । 

ଓଡ଼ିଆ ଅଫିସର ସଞ୍ଜୟ ମହାନ୍ତିଙ୍କୁ ନୂଆ ଦାୟିତ୍ୱ ମିଳିଛି । ଦକ୍ଷିଣପୂର୍ବ ରେଳୱେର ନୂଆ ଜେନେରାଲ ମ୍ୟାନେଜର ଭାବେ ସେ ନୂଆ ନିଯୁକ୍ତି ପାଇ ଦାୟିତ୍ୱ ଗ୍ରହଣ କରିଛନ୍ତି । କ୍ୟାବିନେଟ ନିଯୁକ୍ତି କମିଟିର ଅନୁମୋଦନ କ୍ରମେ ସଞ୍ଜୟ ମହାନ୍ତିଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି କ୍ରମେ ସଞ୍ଜୟ ମହାନ୍ତି ପୂର୍ବରୁ ଟ୍ରାଫିକ ଟ୍ରାନ୍ସପୋର୍ଟ ପ୍ରିନ୍ସିପାଲ ଏକ୍ସେକ୍ୟୁଟିବ ଡିରେକ୍ଟର ଭାବେ କାର୍ଯ୍ୟରତ ଥିଲେ । ସେ ରେଳୱେ ଭିଜିଲାନ୍ସ ଅଫିସର ଏବଂ  ଖୋର୍ଦ୍ଧାରେ ଡିଭିଜନାଲ ରେଳୱେ ମ୍ୟାନେଜର  ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । 

ସଞ୍ଜୟ ମହାନ୍ତି ୧୯୮୫ ବେଚର ଜଣେ ଆଇଆରଟିଏସ ଅଫିସର । ସେ ପୂର୍ବରୁ ବହୁ ବିଶିଷ୍ଟ ଦାୟିତ୍ୱରେ ମୁମ୍ବାଇ, ନାଗପୁର, ଝାନ୍ସି ଓ କନକାନ ରେଳୱେରେ ରହିଥିଲେ । ଖୋର୍ଦ୍ଧା ରେଳ ରୋଡ଼ ଡିଭିଜନରେ ମଧ୍ୟ ତାଙ୍କର ଅବଦାନ ରହିଛି ।