ଆଇଏମଏଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ଓଡ଼ିଆ ଆଇଆରଏସ ଅଧିକାରୀ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଆ ଆଇଆରଏସ (ଭାରତୀୟ ରାଜସ୍ୱ ସେବା ) ଅଧିକାରୀ ସୀମାଚଳ ଦାଶଙ୍କୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ନିଯୁକ୍ତ କରାଯାଇଛି ।
Congratulate IRS officer from #Odisha and Principal Special Director of @dir_ed, Simanchala Dash on being appointed as advisor to Executive Director of @IMFNews in Washington DC. Wish him the very best for this new responsibility.
— CMO Odisha (@CMO_Odisha) September 20, 2020
ରବିବାର ବସିଥିବା କେନ୍ଦ୍ର ସରକାରଙ୍କ କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ଦାଶଙ୍କ ନାମ ଉପରେ ମୋହର ମାରିଛି । ଶ୍ରୀ ଦାଶ ଏହି ପଦବୀରେ ୩ ବର୍ଷ ପାଇଁ କାମ କରିବେ ବୋଲି କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ଓ ପେନସନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।
ଶ୍ରୀଦାଶ ଏବେ ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ ବା ଇଡିର ପ୍ରମୁଖ ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି ।
ଶ୍ରୀ ଦାଶଙ୍କ ନିଯୁକ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷବ୍ୟକ୍ତି କରିଛନ୍ତି । ଏକ ଟ୍ଵିଟ କରି ସେ ଶ୍ରୀ ଦାଶଙ୍କୁ ଅଭିନନ୍ଦନ ଜଣାଇବା ସହ ନୂଆ ପଦବୀରେ ତାଙ୍କ ସଫଳତା କାମନା କରିଛନ୍ତି । ୧୯୮୮ ବ୍ୟାଚର ଆଇଆରଏସ-ଆଇଟି ଅଧିକାରୀ ଶ୍ରୀ ଦାଶ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ ।