୨ ଲକ୍ଷ ଲୋକଙ୍କୁ ପ୍ରତ୍ୟେକ ଦିନ ଖାଦ୍ୟ ଯୋଗାଇବ ଆଇଆରସିଟିସି

ନୂଆଦିଲ୍ଲୀ: ମହାମାରୀ କରୋନା ମୁକାବିଲା ନିମନ୍ତେ ଲକଡାଉନ ସମୟରେ ଖାଦ୍ୟପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକମାନଙ୍କୁ ଆଜିଠାରୁ ଖାଦ୍ୟ ଯୋଗାଇବ ଭାରତୀୟ ରେଳବାଇର ଆଇଆରସିଟିସି । ଆଇଆରସିଟିସି ପକ୍ଷରୁ ଆଜିଠାରୁ ମୁମ୍ବାଇରେ ହଜାର ହଜାର ବାସହରା ଓ ଗରୀବଙ୍କୁ ଖାଦ୍ୟ ଯୋଗାଇବ ଆରମ୍ଭ କରାଯିବ ।

ଏନେଇ ସୂଚନା ଦେଇଛନ୍ତି ଆଇଆରସିଟିସିର ସିଏମଡି ଏପମି ମଲ୍ । ସହରର ସମସ୍ତ ଜୋନାଲ୍ ରେଲଓ୍ୱେ ମୁଖ୍ୟାଳୟରେ ଏହି ସୁବିଧା ପ୍ରଦାନ କରାଯିବ ବୋଲି ନିଷ୍ପତି ନିଆଯାଇଛି ।

ପ୍ରଥମେ ଦିଲ୍ଲୀରେ ଏହି ସୁବିଧା ଆରମ୍ଭ କରାଯାଇଥିବା ବେଳେ ରବିବାରଠାରୁ ମୁମ୍ବାଇ ଓ ଦେଶର ଅନ୍ୟ ପ୍ରମୁଖ ସହରରେ ମଧ୍ୟ ଉପଲବ୍ଧ ହେବ । ଏଥିରେ ଦୈନିକ ୨ ଲକ୍ଷ ଲୋକ ଉପକୃତ ହେବେ ।