ତାଲିମ ବେଳେ ମହାନଦୀରେ ବୁଡି ଯବାନ ନିଖୋଜ

ବୌଦ୍ଧ: ବୌଦ୍ଧସ୍ଥିତ ମହାନଦୀରେ ବୁଡି ଜଣେ ଆଇଆର୍‌ବି ଯବାନ ନିଖୋଜ ହୋଇଛନ୍ତି । ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍ଟ ଟିମ ପକ୍ଷରୁ ନିଖୋଜ ଯବାନଙ୍କୁ ଖୋଜିବା ଆରମ୍ଭ ହୋଇଛି।

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ବଲସିଙ୍ଗାରେ ଥିବା ଆଇଆରବି ୫ମ ବାଟାଲିୟନ ପକ୍ଷରୁ ବୌଦ୍ଧ ପୋଲ ମହାନଦୀ ଘାଟରେ ତାଲିମ କାର୍ଯ୍ୟକ୍ରମ ଚାଲିଥିଲା। ତେବେ ସମସ୍ତଙ୍କ ଉପସ୍ଥିତିରେ ଦେଖୁ ଦେଖୁ ପ୍ରଦ୍ୟୁମ୍ନ ପଣ୍ଡା ନାମକ ଜଣେ ଯବାନ ମହାନଦୀରେ ବୁଡି ନିଖୋଜ ହୋଇ ଯାଇଥିଲେ।

ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍ଟ ଟିମ୍‌ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ତେବେ ଦୀର୍ଘ ଦୁଇ ଘଣ୍ଟାରୁ ଉର୍ଧ୍ବ ସମୟ ଧରି ଖୋଜାଖୋଜି ହେବା ପରେ ମଧ୍ୟ ଯବାନଙ୍କର କୌଣସି ଖୋଜ୍‌ଖବର ମିଳୁନଥିବା ଜଣାପଡିଛି। ସେ ଲାଇଫ ଜାକେଟ ଓ ଅକ୍ସିଜେନ ସିଲିଣ୍ଡର ସହ ବୁଡି ଯାଇଥିବା କୁହାଯାଉଛି।