ଆଇପିଏସ୍ ଅଫିସର କେ. ବିଜୟ କୁମାର ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ !

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ ଏବେ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି । ଏହି ମଧ୍ୟରେ ଏକ ବଡ ଖବର ଶୁଣିବାକୁ ମିଳୁଛି । ଆଇପିଏସ୍ ଅଫିସର କେ. ବିଜୟ କୁମାର ରାଜ୍ୟର ଉପରାଜ୍ୟପାଳ ହୋଇ ପାରନ୍ତି ବୋଲି ସୂଚନା ମିଳିଛି । ତାମିଲନାଡୁ କ୍ୟାଡରର ୧୯୭୫ ବ୍ୟାଚର ଆଇପିଏସ୍ ବିଜୟ କୁମାର ଏବେ ଜମ୍ମୁ କାଶ୍ମୀରର ରାଜ୍ୟପାଳ ସତ୍ୟପାଳ ମଲ୍ଲିକର ପରାମର୍ଶକ ଅଛନ୍ତି । 

ବିଜୟ କୁମାର ବିଏସଏଫର ଆଇଜି ଭାବରେ କାଶ୍ମୀର ଘାଟିରେ କାର୍ଯ୍ୟରତ ଥିଲେ । ଏହା ସହ ଉପରାଜ୍ୟପାଳ ପାଇଁ କେନ୍ଦ୍ର ସରକାରଙ୍କ ବିଶେଷ ପ୍ରତିନିଧି ଦିନେଶ୍ୱର ଶର୍ମାଙ୍କ ନାମ ମଧ୍ୟ ଶୁଣିବାକୁ ମିଳୁଛି । ଦିନେଶ୍ୱର ଶର୍ମା ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ । 

ଆଇପିଏସ୍ ଅଧିକାରୀ ବିଜୟ କୁମାର ଜଙ୍ଗଲରେ ଆତଙ୍କରାଜ ଚଲାଉଥିବା ବୀରାପାନ୍ନର ଏନକାଂଉଣ୍ଟର କରିଥିଲେ । ସେ ଜଙ୍ଗଲରେ ଆତଙ୍କରୋଧୀ ଅଭିଯାନ କରିବାରେ ମାହିର । ୨୦୦୧ରେ ଛତିଶଗଡ ଦନ୍ତେୱାଡାରେ ନକ୍ସଲ ଆକ୍ରମଣରେ ସିଆରପିଏଫର ୭୫ ଜଣ ଯବାନ ସହିଦ ହେବା ପରେ ବିଜୟ କୁମାରଙ୍କୁ ସିଆରପିଏଫର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା । ଏହାପରେ ସେ ସେହି ଅଂଚଳରୁ ନକ୍ସଲ ଗତିବିଧି ହ୍ରାସ ପାଇଥିଲା । ତେବେ କୁମାର ଏବେ ଜମ୍ମୁ କାଶ୍ମୀରର ରାଜ୍ୟପାଳଙ୍କ ପରାମର୍ଶକ ଭାବେ ନିୟୋଜିତ ଅଛନ୍ତି । ଘାଟିରେ ଲୋକମାନଙ୍କର ସେବା ପାଇଁ ସେ ଲମ୍ବା ସମୟ ଧରି କାମ କରି ଆସୁଛନ୍ତି ।