ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ଆଜି ଆଇପିଏସସ୍ତରରେଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୩ ଜଣ ଏସପିଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଅଧିକାଂଶ ଜିଲ୍ଲାର ଏସପି ବଦଳିଛନ୍ତି । ଜଗତସିଂହପୁର ଏସପି ଅଖିଳେଶ୍ୱର ସିଂ ଡିଆଇଜି ଭାବେ ପଦୋନ୍ନତି ପାଇ ସ୍ପେଶାଲ ଆର୍ମଡ ଫୋର୍ସ (ଏସଏପି)ର ଡିଆଇଜି ଭାବେ ଅବସ୍ଥାପିତ ହୋଇଛନ୍ତି । ସେହିଭଳି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଅନୁଗୁଳ ଡିଆଜି ହୋଇଛନ୍ତି । ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଅଗ୍ନିଶମ ଓ ଗୃହରକ୍ଷୀ ବାହିନୀର ଡିଆଜି ଭାବେ ନିଯୁକ୍ତି ପାଇଛନ୍ତି ।

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଅନୁଯାୟୀ ବାଲେଶ୍ୱର ଏପସି ସୁଧାଂଶୁ ଶେଖର ମିଶ୍ର ଅନୁଗୁଳ ଏସପି ଦାୟିତ୍ୱ ତୁଲାଇବେ । ଯାଜପୁର ଏସପି ରାହୁଲ ପିଆର ଜଗତସିଂହପୁର ଏସପି ଭାବେ ବଦଳି ହୋଇଛନ୍ତି । ଅନୁଗୁଳ ଏସପି ଜଗମୋହନ ମୀନା ଗଞ୍ଜାମ ଏସପି ଭାର ଗ୍ରହଣ କରିବେ । ଢେଙ୍କାନାଳ ଏସପି ଏଲ ଦିବ୍ୟାଙ୍କୁ ଭିଜିଲାନସ ଏସପି ଭାବେ ବଦଳି କରିଛନ୍ତି ସରକାର ।

ନୂଆପଡ଼ା ଏପସି ପ୍ରତ୍ୟୁଷ ଦିବାକର ସୁନ୍ଦରଗଡ଼ ଏସପି ଭାବେ ବଦଳି ହୋଇଛନ୍ତି । କନ୍ଧମାଳ ଏସପି ଭୀନିତ ଅଗ୍ରୱାଲଙ୍କୁ ଯାଜପୁର ଏସପି ଦାୟିତ୍ୱ ମିଳିଛି । କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲିଙ୍କୁ ଭଦ୍ରକ ଏସପି ପଦ ମିଳିଥିଲା ବେଳେ ସୁନ୍ଦରଗଡ଼ ଏସପି ସାଗରିକା ନାଥ ବାଲେଶ୍ୱର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେ ବଦଳି ହୋଇଛନ୍ତି । ବାଲିଗୁଡ଼ା ଏସଡିପିଓ ଗୁନ୍ଦାଲ ରେଡି ନୂଆପଡ଼ା ଏସପି, ମାଲକାନଗିରି ଏସଡିପିଓ ଶୁଭେନ୍ଦୁ ପାତ୍ର କନ୍ଧମାଳ ଏସପି ହୋଇଛନ୍ତି । କେସିଙ୍ଗା ଏସଡିପିଓ ଅଭିନବ ସୋନକର କୋରାପୁଟ ଏସପି ଦାୟିତ୍ୱ ସମ୍ଭାଳିବେ । ସ୍ପେଶାଲବ୍ରାଞ୍ଚ ଏସପି ଜ୍ଞାନରଂଜନ ମହାପାତ୍ରଙ୍କୁ ସରକାର ଢେଙ୍କାନାଳ ଏସପି ଭାର ଦେଇଛନ୍ତି ।