ଆଇପିଏସ୍ ସୌମ୍ୟା ମିଶ୍ର ହେଲେ ଅଗ୍ନିଶମ ଏଡିଜି

ଭୁବନେଶ୍ୱର : ଓଡିଶାର ପ୍ରଥମ ମହିଳା ଆଇପିଏସ୍ ଡକ୍ଟର ସୌମ୍ୟା ମିଶ୍ର ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଅତିରିକ୍ତ ଡିଜି ଭାବରେ ନିଯୁକ୍ତି ପାଇଛନ୍ତି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଡ଼. ମିଶ୍ର ହେଉଛନ୍ତି ତେଲେଙ୍ଗାନା କ୍ୟାଡରର ଆଇପିଏସ୍ ୧୯୯୪ ବ୍ୟାଚ। ସେ ଡେପୁଟେସନରେ ଓଡିଶା ଆସିବା ପରେ ଓଡିଶା ସରକାରଙ୍କ ପକ୍ଷରୁ ଏ ସସଂକ୍ରାନ୍ତରେ ନିଯୁକ୍ତି ନିର୍ଦ୍ଦେଶ ଦିଆଯାଇଛି। ସେ କଟକରେ ଜନ୍ମ ଗ୍ରହଣ କରିଥିଲେ। ସେ ସୋସିଓଲୋଜିରେ ପିଏଚଡି କରିଥିବା ବେଳେ ପୁଲିସ ମ୍ୟାନେଜମେଣ୍ଟରେ ଏମଏ ଡିଗ୍ରୀ ହାସଲ କରିଛନ୍ତି। ସେ ହାଇଦ୍ରାବାଦରେ ତେଲେଙ୍ଗାନା ପୁଲିସର କ୍ରାଇମ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟରେ କାର୍ଯ୍ୟ କରୁଥିଲେ।