ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

କଟକ: ହୋମଗାର୍ଡ ଓ ଅଗ୍ନିଶମ ବିଭାଗର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି। ସ୍ୱତନ୍ତ୍ର ଗୁଇନ୍ଦା ଡିଜି ଭାବରେ ଅତିରିକ୍ତ ଦାୟିତ୍ୱରେ ରହିବେ ଅଫିସର ମହାନ୍ତି । ପୂର୍ବତନ ଅଗ୍ନିଶମ ଡିଜି ସୁନୀଲ ରଏଙ୍କ ଅବସର ପରେ ସତ୍ୟଜିତ ମହାନ୍ତିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।

ଦାୟିତ୍ୱ ଗ୍ରହଣ ପରେ ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟରେ ଯାଇଥିବା ଓଡିଶା ଅଗ୍ନିଶମ ଟିମର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଡିଜି। କରୋନା ମୁକାବିଲାରେ ହୋମଗାର୍ଡ ମାନଙ୍କର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ହୋମଗାର୍ଡମାନଙ୍କର କଲ୍ୟାଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅଫିସର ସତ୍ୟଜିତ ମହାନ୍ତି ।