ତିନି ଆଇପିଏସ୍‌ ଅଧିକାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ତିନି ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏହି ୩ ଜଣ ଆଇପିଏସ୍‌ ଅଧିକାରୀ ହେଲେ ଶତ୍ରୁଜିତ୍‌ ମହାନ୍ତି, ମନୋଜ ଛାବ୍ରା ଓ ସୁରେନ୍ଦ୍ର ପନଓ୍ଵାର୍‌। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ପ୍ରକାଶ ପାଇଛି କି ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ସତ୍ୟଜିତ୍‌ ମହାନ୍ତି ଓ ମନୋଜ କୁମାର ଛାବ୍ରାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେହିପରି କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ୧୯୮୭ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ସୁରେନ୍ଦ୍ର ପନଓ୍ଵାରଙ୍କୁ ମଧ୍ୟ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର।