୩ IPS ଅଧିକାରୀଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର
ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରାଙ୍କୁ ମିଳିଲା ଏଡିଜି ପାହ୍ୟା
ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରାଙ୍କୁ ପଦୋନ୍ନତି ମିଳିଛି। ରାଜ୍ୟ ସରକାର ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଏଥିସହ ଆଇପିଏସ୍ ଅଧିକାରୀ ସଞ୍ଜୟ କୁମାର ସିଂଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଉଭୟ ଶ୍ରୀ ବୋଥ୍ରା ଓ ଶ୍ରୀ ସିଂ ୧୯୯୬ ବ୍ୟାଚର ଆଇପିଏସ୍ ଅଧିକାରୀ। ସେହିପରି କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ସୁନୀତା କକ୍ରନ୍ଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି କରାଯାଇଛି । ଆଗାମୀ ଜାନୁଆରୀ ପହିଲାରୁ ଏହି ପଦୋନ୍ନତି ଲାଗୁ ହେବ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଏନେଇ ଆବଶ୍ୟକ ବିଜ୍ଞପ୍ତି ଆଜି ଜାରି କରିଛନ୍ତି ।
ଶ୍ରୀ ବୋଥ୍ରା ନିକଟରେ ନୟାଗଡ଼ ଯଦୁପୁର ପରୀ ହତ୍ୟା ଘଟଣାର ତଦନ୍ତ କରିଥିଲେ । ଏସଆଇଟି ଗଠନର ଦୁଇ ସପ୍ତାହ ମଧ୍ୟରେ ଅରୁଣ ବୋଥ୍ରା ଅଭିୁଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ । ପୁଞ୍ଜିଲାଲ୍ ପାର୍ସଲ ବୋମାଠାରୁ ସାରଥି ପର୍ଯ୍ୟନ୍ତ, ଅରୁଣ ବୋଥ୍ରାଙ୍କ ତଦନ୍ତ ତରିକା ଥିଲା ଭିନ୍ନ। କେବଳ ଓଡ଼ିଶା ପୋଲିସ୍ ନୁହେଁ, ପୂର୍ବରୁ ସିବିଆଇରେ ପାଞ୍ଚବର୍ଷ ଧରି କାମ କରି ସଫଳତା ଅର୍ଜନ କରିଛନ୍ତି ଅରୁଣ ବୋଥ୍ରା ।
ips arun bothra promoted TO ADG Rank