ସ୍ଥଗିତ ହେଲା ଆଇପିଏଲ ୨୦୨୦

ମୁମ୍ବାଇ: ଆଇପିଏଲ ୨୦୨୦ ହେଲା ସ୍ଥଗିତ । କରୋନା ଭାଇରସ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ୍ ବୃଦ୍ଧି କରିବା ପରେ ପୁଣି ସ୍ଥଗିତ ରହିଲା ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ୨୦୨୦ । ଆଇପିଏଲ୍ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ ରହିଲା ବୋଲି ଆଇପିଏଲ୍ଫ୍ରାଂଚାଇଜମାନଙ୍କୁ ଏହି କଥା ଜଣାଇ ଦେଇଛି ବିସିସିଆଇ।  ତେବେ ଆଇପିଏଲ୍ ୨୦୨୦ର ଭବିଷ୍ୟତ ବିଷୟରେ ଏବେ କୌଣସି ସ୍ପଷ୍ଟତା ପରିଲକ୍ଷିତ ହେଉନାହିଁ। ଆସନ୍ତା ୩ ତାରିଖ ପରେ ବିସିସିଆଇ ପରିସ୍ଥିତିର ସମୀକ୍ଷା କରିବ। ତେବେ ଚଳିତବର୍ଷ ଫଟାଫଟ୍ କ୍ରିକେଟ୍ ମହାକୁମ୍ଭ ବା ଆଇପିଏଲ୍ ଅନିର୍ଦ୍ଦିଷ୍ଟକାଳ ଯାଏଁ ସ୍ଥଗିତ କରାଯାଇଛି ।