ଆଇପିଏଲ ୨୦୨୦: ଟସ ଜିତି ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀର ବୋଲିଂ ନିଷ୍ପତ୍ତି

ଆବୁଧାବି: ଆଜି ଖେଳାଯାଉଛି ଆଇପିଏଲ ୨୦୨୦ ର ୧୧ ତମ ମ୍ୟାଚ । ପୂର୍ବ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ସହ ପ୍ରଥମ ବିଜୟ ଅପେକ୍ଷାରେ ଥିବା ସନରାଇଜର୍ସ ହାଇଦ୍ରାବାଦର ମୁକାବିଲା ରହିଛି ।

ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ଦୁଇଟି ମ୍ୟାଚରୁ ଦୁଇଟିରେ ପରାଜୟ ପାଇ ପଏଣ୍ଟ ତାଲିକାର ଶେଷରେ ରହିଛି ୱାର୍ଣ୍ଣରଙ୍କ ହାଇଦ୍ରାବାଦ ।

ଟସ ଜିତି ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଶ୍ରେୟସ ଆୟର ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟି କରିବ ଡେଭିଡ ୱାର୍ଣ୍ଣରଙ୍କ ହାଇଦ୍ରାବାଦ ।

ଦିଲ୍ଲୀ କ୍ୟାପିଟାଲ୍ସର ଚୁଡାନ୍ତ ଏକାଦଶ ପୂର୍ବ ମ୍ୟାଚର ଅପରିବର୍ତ୍ତିତ ଥିବାବେଳେ, ସନରାଇଜର୍ସ ଚୁଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନା ହୋଇଛି । ଜମ୍ମୁ-କାଶ୍ମୀର ଅଲରାଉଣ୍ଡର ଅବଦୁଲ ସମାଦ ଓ ଭେଟେରାନ କେନ ୱିଲିୟମସନ ଦଳରେ ସାମିଲ ହୋଇଛନ୍ତି ।