ଆଇପିଏଲ ମହାସମର : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ

ଦୁବାଇ : ଆଜି ଆଇପିଏଲ ଦଶମ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ । ତେବେ ମୁମ୍ବାଇ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ବାଙ୍ଗାଲୋର ଦଳ ଏ ଯାଏଁ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାସ୍ତ ହୋଇଛି । ଦଳ ପାଇଛି ୨ ପଏଣ୍ଟ । ସେପଟେ ମୁମ୍ବାଇ ମଧ୍ୟ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଅନ୍ୟଟିରେ ପରାଜୟ ସହ ୨ ପଏଣ୍ଟ ପାଇଛି ।