କୋଲକତା ନାଇଟ ରାଇଡର୍ସ vs ରାଜସ୍ଥାନ ରୟାଲ୍ସ : ପ୍ରଥମେ ବୋଲିଂ କରିବ ରାଜସ୍ଥାନ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୦ର ୧୨ତମ ମ୍ୟାଚ କୋଲକତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ କୋଲକତା ଦଳ ନିଜର ବ୍ୟାଟିଂ ଆରମ୍ଭ କରିଛି । ଦଳ ପକ୍ଷରୁ ସୁନୀଲ ନାରାୟଣ  ଓ ଶୁବମାନ ଗିଲ ବ୍ୟାଟିଂ ଆରମ୍ଭ କରିଛନ୍ତି । ସର୍ବଶେଷ ଖବର ଅନୁସାରେ କୋଲକତା ୩ ଓଭରରେ ୧୪ ରନ କରିଛି ।

ଏହା ପୂର୍ବରୁ ରାଜସ୍ଥାନ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିଣି କୋଲକତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ରାଜସ୍ଥାନ ରୟାଲ୍ସ ଦଳ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ୨ଟି ବିଜୟ ସହ ୪ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ମାତ୍ର କୋଲକତା ନାଇଟରାଇଡର୍ସ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଗୋଟିଏ ପରାଜୟ ସହ ୨ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି ।