ଆଇପିଏଲ ୨୦୨୦: ମାର୍ଚ୍ଚ ୨୯ ରୁ ମେ’ ୨୪ ମ୍ୟାଚ୍

ଗୋଟିଏ ଦିନରେ ହେବନାହିଁ ୨ଟି ମ୍ୟାଚ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍ ୨୦୨୦ର ଉଦଘାଟନୀ ମ୍ୟାଚ୍ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଯାଉଛି । ଏହି ଉଦଘାଟନୀ ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡା ଷ୍ଟାଡିୟମରେ ଖେଳାଯିବ । ମାର୍ଚ୍ଚ ୨୯ ରୁ ମ୍ୟାଚ୍ ଆରମ୍ଭ ହୋଇ ମେ’ ୨୪ ଯାଏଁ ଚାଲିବ ।

ଏହି ଟୁର୍ଣ୍ଣାମେଂଟ ୫୭ ଦିନ ଧରି ଚାଲିବ। ଅର୍ଥାତ ଗୋଟିଏ ଦିନରେ ପୂର୍ବଭଳି ଦୁଇଟି ମ୍ୟାଚ୍ ଖେଳାଯିବ ନାହିଁ। ପ୍ରତ୍ୟେକ ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ।

ବିଶ୍ଵସ୍ତ ସୂତ୍ର ଅନୁଯାୟୀ ୨୦୨୦ର ସଂସ୍କରଣ ୫୭ ଦିନ ଚାଲିବ। ଲମ୍ବା ସମୟ ଧରି ଚାଲିବାର ଅର୍ଥ ଗୋଟିଏ ଦିନରେ ଦୁଇଟି ମୁକାବିଲା ଏବେ ଇତିହାସ ହୋଇଯିବ। ମାତ୍ର ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ କ୍ରୀଡ଼ାସୂଚୀ ପ୍ରସ୍ତୁତ ହୋଇ ନାହିଁ। ମାତ୍ର ଏହା ସ୍ଥିର ଯେ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ୍ ମେ ୨୪ରେ ହେବ ଏବଂ ଏହାର ଉଦଘାଟନୀ ମ୍ୟାଚ୍ ମାର୍ଚ୍ଚ ୨୯ରେ ହେବ।

ଏହାକୁ ଦୃଷ୍ଟିରେ ରଖି ପ୍ରସାରଣକର୍ତା ମ୍ୟାଚକୁ ଶୀଘ୍ର ଆରମ୍ଭ କରିବାକୁ ଚାହୁଁଥିଲେ। ଏହା ମଧ୍ୟ ସ୍ଥିର ଯେ, ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ। କେବଳ ଏହା ପ୍ରସାରଣକର୍ତାଙ୍କ କଥା ନୁହଁ ବରଂ ମ୍ୟାଚ୍ ୮ଟାରେ ଆରମ୍ଭ ହେଲେ ବିଳମ୍ବିତ ରାତ୍ରିରେ ଯାଇ ସମାପ୍ତ  ହୁଏ। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ କରିବାକୁ ନିଷ୍ପତି ନେଇଛି।