ରାଜ୍ୟରେ ଆହୁରୀ ୧୧ଶହ କୋଟିର ପ୍ରକଳ୍ପ କରିବ ଆଇଓସିଏଲ

ଜଟଣୀ ଆଇଓସିଏଲ୍ ଡିପୋରେ ମକଡିଲ

ଜଟଣୀ : ଭାରତୀୟ ତୈଳ ନିଗମ(ଆଇଓସିଏଲ୍) ପକ୍ଷରୁ ଓଡ଼ିଶାର ଖୋର୍ଦ୍ଧା, ବ୍ରହ୍ମପୁର ଓ ପାରାଦୀପଠାରେ ନୂତନ ପ୍ରକଳ୍ପ ସ୍ଥାପନ କରାଯିବ । ପାରାଦୀପରେ ଏଲ୍ପିଜି ଟର୍ମିନାଲ୍, ଖୋର୍ଦ୍ଧାରେ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ୍ ଏବଂ ବ୍ରହ୍ମପୁରରେ ଅନ୍ୟ ତୈଳ କମ୍ପାନୀ ସହ ମିଶି ଡିପୋ ଟର୍ମିନାଲ ପାଇଁ ୧୧ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ସ୍ଥାପିତ ହେବ । ଜଟଣୀସ୍ଥିତ ଆଇଓସିଏଲ୍ର ସ୍ମାର୍ଟ ଟର୍ମିନାଲ୍ପ ରିସରରେ ସୁରକ୍ଷା ନିରାପତ୍ତା ଉପରେ ମକ୍ଡ୍ରିଲ୍ ଅନୁଷ୍ଠିତ ହେବା ଅବସରରେ ଓଡ଼ିଶାସ୍ଥିତ ଆଇଓସିଏଲ୍ର ମୁଖ୍ୟ ମହାପ୍ରବନ୍ଧକ(ସିଜିଏମ୍) ଶୁଭଜିତ ଘୋଷ ସାମ୍ବାଦିକଙ୍କ ଆଗରେ ପ୍ରକାଶ କରିଛନ୍ତି ।

ଉକ୍ତ ପ୍ରକଳ୍ପରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଅନେକଗୁଡ଼ିଏ ନିଯୁକ୍ତି ସୃଷ୍ଟି ହେବ । ଏଥିସହ ପ୍ରଦୂଷଣମୁକ୍ତ ପରିବେଶ ପାଇଁ ପେଟ୍ରୋଲ୍ ପମ୍ପଗୁଡ଼ିକୁ ସବ୍ସିଡି ଦିଆଯାଇ ସୋଲାର୍ ବ୍ୟବସ୍ଥା କରାଯିବ । ବିଭିନ୍ନ ସମୟରେ ହେଉଥିବା ତେଲଚୋରି ଘଟଣାକୁ ପ୍ରତିହତ କରିବା ପାଇଁ ଇ-ଲକିଂ ଭଳି ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ଅନ୍ୟପକ୍ଷରେ ସାମାଜିକ ଦାୟିତ୍ୱବୋଧ(ସିଏସ୍ଆର୍) ଉପରେ ଗୁରୁତ୍ୱ ଦେଇ ପରିବେଶ, ସ୍ୱାସ୍ଥ୍ୟସେବା, ପରିମଳ, ପାନୀୟଜଳ ଯୋଗାଣ, ଶିକ୍ଷା, ଦକ୍ଷତା ବୃଦ୍ଧି, ମହିଳା ସଶକ୍ତୀକରଣ ଦିଗରେ ଆଇଓସିଏଲ୍ କାର୍ଯ୍ୟ କରୁଥିବା ନେଇ ସେ ଦୃଢ଼ୋକ୍ତି କରିଥିଲେ । ସେହିପରି ରାଜସ୍ୱ ଆଦାୟ କ୍ଷେତ୍ରରେ ଦେଶର ସର୍ବବୃହତ ତୈଳ କମ୍ପାନୀ ଇଣ୍ଡିଆନ୍ଅ ଏଲ (ଆଇଓସିଏଲ୍) ‘ଫର୍ଚ୍ୟୁନ୍ ୫୦୦ ଇଣ୍ଡିଆ’ ତାଲିକାର ଶୀର୍ଷ ସ୍ଥାନ ଏବଂ ୨୦୧୯ ନିମନ୍ତେ ‘ଫର୍ଚ୍ୟୁନ୍ଗ୍ଲୋ ବାଲ ୫୦୦’ ତାଲିକାରେ ୧୧୭ତମ ସ୍ଥାନ ଅଧିକାର କରିଛି । ପ୍ରାୟ ୩୩,୦୦୦ ରୁ ଊଦ୍ଧ୍ୱର୍ ଶ୍ରମଶକ୍ତି, ବ୍ୟାପକ ଶୋଧନ, ବିତରଣ, ବଜାରୀକରଣ, ଭିତ୍ତିଭୂମି ଓ ଉନ୍ନତ ଅନୁସନ୍ଧାନ ଏବଂ ବିକାଶ ସୁବିଧା ସହ ସାମାଜିକ, ଅର୍ଥନୈତିକ ଉନ୍ନତି ତ୍ୱରାନ୍ୱିତ
କରିବା ପାଇଁ ଇଣ୍ଡିଆନ୍ ଅଏଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ନେଇ ଜଟଣୀସ୍ଥିତ ଭୁବନେଶ୍ୱର ସ୍ମାର୍ଟ ଟର୍ମିନାଲ
ମକ୍ଡ୍ରିଲ୍ କାର୍ଯ୍ୟକ୍ରମରେ ସିଜିଏମ୍ ଶ୍ରୀ ଘୋଷ ସୂଚନା ପ୍ରଦାନ କରିଥିଲେ ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଜିଏମ୍(ଅପରେସନ) ରବି କୁମାର, ଜିଏମ୍(ଟର୍ମିନାଲ) ଏନ୍ସି ସେଠୀ ଓ କୋଲ୍କାତା ଜିଏମ୍(କର୍ପୋରେଟ କମ୍ୟୁନିକେସନ) ଅରୂପ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।