ଚିଦାମ୍ବମରଙ୍କୁ ଝଟକା; ଗିରଫ କରିବାକୁ ଇଡିକୁ ମିଳିଲା ଅନୁମତି

ନୂଆଦିଲ୍ଲୀ:ଆଇଏନଏକ୍ସ ମିଡ଼ିଆ ମାମଲାରେ କଂଗ୍ରେସର  ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ବଡ଼ ଝଟକା ଲାଗିଛି। ଦିଲ୍ଲୀ କୋର୍ଟ ଚିଦାମ୍ବରମଙ୍କୁ ଗିରଫ କରିବାକୁ ଇଡିକୁ ଅନୁମତି ଦେଇଛନ୍ତି। ସଂପ୍ରତି ଚିଦାମ୍ବରମ ସିବିଆଇର ଗିରଫଦାରୀ ପରେ ତିହାର ଜେଲରେ ବନ୍ଦୀ ଅଛନ୍ତି। ଆଜି ହିଁ ଚିଦାମ୍ବରମ ସୁପ୍ରିମକୋର୍ଟରେ ଯାମିନ ପାଇଁ ଆବେଦନ କରିଛନ୍ତି। ଏଥିରେ ସେ ଆରୋପ ଲଗାଇଛନ୍ତି ଯେ, ତାଙ୍କୁ ଅପମାନିତ କରିବା ପାଇଁ ସିବିଆଇ ଜେଲରେ ରଖିଛି। 

ଦିଲ୍ଲୀର ସ୍ଵତନ୍ତ୍ର କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଚିଦାମ୍ବରମଙ୍କୁ ଜେରା କରିବାକୁ ଅନୁମତି ଦେଇଛନ୍ତି। ଏହି ଜେରା ସର୍ବାଧିକ ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲି ପାରିବ। ଏହା ବ୍ୟତୀତ କୋର୍ଟ ଇଡିକୁ ଆବଶ୍ୟକ ପଡ଼ିଲେ ଗିରଫ କରିବାକୁ ଅନୁମତି ମଧ୍ୟ ଦେଇଛନ୍ତି। ଏବେ ଇଡିର ଅଧିକାରୀ ବୁଧବାର ସକାଳ ୮ଟାରେ ତିହାର ଜେଲ୍ ଯାଇ ତାଙ୍କୁ ଜେରା କରିବେ। ଶୁଣାଣି ସମୟରେ କୋର୍ଟ ଚିଦାମ୍ବରମଙ୍କ ଗାରିମା ମୁତାବକ ନୁହଁ, ଆପଣ ତାଙ୍କୁ ସାର୍ବଜନୀନ ଭାବେ ଜେରା ଓ ଗିରଫ କରନ୍ତୁ।

ସୂଚନାଯୋଗ୍ୟ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଇଡି ଦ୍ଵାରା ରୁଜୁ ଆଇଏନଏକ୍ସ ମିଡ଼ିଆ ବେଆଇନ ଅର୍ଥ କାରବାର ମାମଲାରେ ମଙ୍ଗଳବାର ଦିଲ୍ଲୀର ସ୍ଵତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ସ୍ଵତନ୍ତ୍ର ବିଚାରପତି ଅଜୟ କୁମାର କୁହାଡ଼ଙ୍କ ସାମ୍ନାରେ ହାଜର କରାଯାଇଥିଲା। ଚିଦାମ୍ବରମ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଗଷ୍ଟ ୨୧ରେ ସିବିଆଇ ଦ୍ଵାରା ଗିରଫ ହୋଇ ଅକ୍ଟୋବର ୧୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଇଡି ନିଜର ଆବେଦନରେ ଦର୍ଶାଇଥିଲା ଯେ ଆଇଏନଏକ୍ସ ମିଡିଆ ଦୁର୍ନୀତି ସମ୍ବନ୍ଧିତ ମାମଲାରେ ଚିଦାମ୍ବରମଙ୍କୁ ହେପାଜତରେ ନେଇ ଜେରା କରିବାର ଆବଶ୍ୟକତା ରହିଛି। 

ଅନ୍ୟପଟେ ଚିଦାମ୍ବରମ ଏହା ପୂର୍ବରୁ ଜାମିନ ପାଇଁ ସୁପ୍ରିମକୋର୍ଟର ଦ୍ଵାରସ୍ଥ  ହୋଇଥିଲେ।  ସିବିଆଇ ତାଙ୍କୁ ଅପମାନିତା କରିବା ପାଇଁ ଜେଲରେ ରଖିଥିବା ସେ ଅଭିଯୋଗ ଆଣିଛନ୍ତି। ଚିଦାମ୍ଵରମଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବ୍ବଲ ଓ ଅଭିଷେକ ମନୁ ସିଙ୍ଘଭି ସୁପ୍ରିମକୋର୍ଟରେ ଜାମିନ ଆବେଦନ ଦାୟର କରିଛନ୍ତି।