ସର୍ବଶ୍ରେଷ୍ଟ ମନ୍ତ୍ରୀ ସର୍ଭେରେ ନମ୍ବର-୧ ବିବେଚିତି ହେବା ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ସାକ୍ଷାତକାର

ଫେମ ଇଣ୍ଡିଆ ମାଗାଜିନ ଏସିଆପୋଷ୍ଟର ସର୍ବଶ୍ରେଷ୍ଟ ମନ୍ତ୍ରୀ ସର୍ଭେରେ ମନ୍ତ୍ରୀ ପ୍ରତାପ ଜେନା ହୋଇଛନ୍ତି ସର୍ବଶ୍ରେଷ୍ଠ ମନ୍ତ୍ରୀ

ଭୁବନେଶ୍ୱର : ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତା,ବ୍ୟକ୍ତିତ୍ୱ,ଇମେଜ,ପ୍ରଭାବ ଓ ନିଜବିଭାଗକୁ ଠିକଭାବରେ ବୁଝିବା,ଦୂରଦର୍ଶିତାର ସହ କାମ କରିବା, କାମ କରିବା ଶୈଳୀ ସାଙ୍ଗକୁ ଲୋକପ୍ରିୟତା ଆଦିକୁ ବିଚାରକୁ ନେଇ ଦେଶର ପ୍ରତିଷ୍ଠିତ ପତ୍ରିକା ଫେମ ଇଣ୍ଡିଆ ମାଗାଜିନ ଏସିଆପୋଷ୍ଟର ସର୍ବଶ୍ରେଷ୍ଟ ମନ୍ତ୍ରୀ ସର୍ଭେରେ ନମ୍ବର-୧ ବିବେଚିତି ହୋଇଛନ୍ତ୍ରି ମନ୍ତ୍ରୀ ପ୍ରତାପଜେନା । ଦିଲ୍ଲୀରେ ତାଙ୍କୁ ସର୍ବଶ୍ରେଷ୍ଠ ମନ୍ତ୍ରୀ ଭାବେ ସମ୍ମାନିତ କରାଯବୋଲି ଘୋଷଣା କରାଯାଇଛି ।

ଭାରତର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏବେ ନବୀନଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ପ୍ରତାପ ଜେନା ଏକ ନମ୍ବର ମନ୍ତ୍ରୀ ଭାବେ ପୁରସ୍କୃତ ହେବେ । ଫେମ ଇଣ୍ଡିଆ ମାଗାଜିନ ଏସିଆପୋଷ୍ଟର ସର୍ବଶ୍ରେଷ୍ଟ ମନ୍ତ୍ରୀ ସର୍ଭେରେ ମନ୍ତ୍ରୀ ପ୍ରତାପ ଜେନା ହୋଇଛନ୍ତି ସର୍ବଶ୍ରେଷ୍ଠ ମନ୍ତ୍ରୀ । ଦିଲ୍ଲୀରେ ଏକ ଉତ୍ସବରେ ଅନୁଷ୍ଠାନ ପକ୍ଷରୁ ଉପରାଷ୍ଟ୍ରପତି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସମ୍ମାନୀତ କରିବେ । ପାଞ୍ଚ ପାଞ୍ଚ ଥର ବିଧାୟକ । ନବୀନ ସରକାରରେ ତୃତୀୟ ଥର ମନ୍ତ୍ରୀ । ଏଥର ଆଇନ, ପଞ୍ଚାୟତିରାଜ ସାଙ୍ଗକୁ ଗୃହ ଓ ନଗର ଉନ୍ନୟନ ବିଭାଗର ଗୁରୁ ଦାୟିତ୍ୱ ତାଙ୍କ କାନ୍ଧରେ ।

ପ୍ର: ଆପଣଙ୍କୁ ଶୁଭେଚ୍ଛା । ଫେମ ଇଣ୍ଡିଆ ମାଗାଜିନ ଏସିଆପୋଷ୍ଟ ସର୍ଭେରେ ଆପଣ ଦେଶର ସର୍ବଶ୍ରେଷ୍ଠ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି । କଣ ପତିକ୍ରିୟା ରଖିବେ ?
ଉ.ସର୍ଭେରେ ମୋତେ ଲୋକେ ଅଧିକ ପସନ୍ଦ କରିଥିବାରୁ ଧନ୍ୟବାଦ । ଦେଖନ୍ତୁ ସାଧାରଣ ଲୋକଙ୍କ ପାଇଁ ଓ ରାଜ୍ୟର ବିକାଶ ପାଇଁ କାମକରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କହିଥାନ୍ତି । ତାଙ୍କ ମନ୍ତ୍ରୀମଣ୍ଡଳରେ କାମ କରିବାର ସୁଯୋଗ ମୋତେ ମିଳିଛି । ଲୋକଙ୍କ ଲୋକଙ୍କ ସହ ରହି ସେମାନଙ୍କ ପାଇଁ କାମ କରିବାକୁ ମୁଁ ସୁବବେଳେ ଗୁରୁତ୍ୱ ଦେଇଥାଏ । ବିଭାଗୀୟ ମନ୍ତ୍ରୀ ଭାବେ ବିଭାଗକୁ କ୍ରିୟାଶୀଳ କରିବା ଓ ସବୁ ଅଧିକାରୀଙ୍କୁ ନେଇ ଟିମ୍ ଓାକରେ ସରକାରଙ୍କ ଯୋଜନାକୁ ସଠିକ ରୂପ ଦେବା ପାଇଁ ମୁଁ ସବୁବେଳେ ଚେଷ୍ଟାକରେ । ଲୋକଙ୍କ ପାଇଁ କିଛି କାମ କଲେ ଓ ତାର ସୁଫଳ ସେମାନଙ୍କୁ ମିଳିଲେ ମୁଁ ସବୁଠୁ ବେଶୀ ଖୁସି ହୁଏ ।
ପ୍ର: ଆପଣ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଅଛନ୍ତି । ଗ୍ରାମାଂଚଳର ବିକାଶ ପାଇଁ ଆପଣଙ୍କର କ’ଣ ଯୋଜନା ରହିଛି?
ଉ: ସହରାଂଚଳ ଭଳି ଗ୍ରାମାଂଚଳରେ ମଧ୍ୟ ସମସ୍ତ ପରିବାରକୁ ପାନୀୟ ଜଳ ଯୋଗାଣ ପାଇଁ ପଦକ୍ଷେପ ନିଆଯାଉଛି । ଆସନ୍ଥା ୨୦୨୪ ମସିହା ସୁଦ୍ଧା ଓଡ଼ିଶାର ସମସ୍ତ ଗ୍ରାମାଂଚଳରେ ସ୍ୱଚ୍ଛ ପିଇବା ପାଣି ଯୋଗାଇ ଦେବାର ଲକ୍ଷ୍ୟ ରହିଛି । ଗ୍ରାମାଂଚଳର ବିକାଶ ପାଇଁ ଆମ ସରକାର ସବୁବେଳେ ଅଗ୍ରାଧିକାର ଦେଇଆସିଛନ୍ତି ଏବଂ ଗ୍ରାମାଂଚଳର ବିକାଶ ନବୀନ ସରକାରଙ୍କ ସମୟରେ ହିଁ ସମ୍ଭବ ହୋଇଛି । ସେହିଭଳି ପଂଚାୟତର ମଧ୍ୟ ଏହି ସରକାର ଅମଳରେ ଯଥେଷ୍ଟ ବିକାଶ ଘଟିଛି । ଆହୁରି ମଧ୍ୟ ପଂଚାୟତରେ ଯେଭଳି ଅଧିକ ଉନ୍ନତି ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ ।
ପ୍ର: ନଗର ଉନ୍ନୟନ ବିଭାଗ ଦାୟିତ୍ୱ ନେବା ପରେ ଆପଣଙ୍କର ପ୍ରାଥମିକତା କ’ଣ ରହିବ?
ଉ: ଓଡ଼ିଶାର ସମସ୍ତ ପୌରାଂଚଳର ସବୁ ବାସିନ୍ଦାଙ୍କୁ ଯେପରି ବିଶୁଦ୍ଧ ପିଇବା ପାଣି ମିଳିପାରିବ ତାକୁ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ରାଜ୍ୟର ୫ଟି ନଗରନିଗମ, ମ୍ୟୁନିସିପାଲିଟି ଓ ଏନ୍ଏଏସିକୁ ମିଶାଇ ମୋଟ ୧୧୪ଟି ପୌରାଂଚଳର ୮ ଲକ୍ଷ ପରିବାରକୁ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯିବ । ସବୁ ପୌରାଂଚଳର ଡ୍ରେନେଜ୍ କାମକୁ ତ୍ୱରାନ୍ୱିତ କରାଯିବା ସହ ସମସ୍ତ ୱାର୍ଡର ରାସ୍ତାର ଉନ୍ନତିକରଣ କରାଯିବ । ଏଥିସହ ସହରାଂଚଳରେ କୌଣସି ସ୍ଥାନକୁ ଅନ୍ଧକାରରେ ରଖାଯିବ ନାହିଁ । ସମସ୍ତ ଗଳି ଓ ମୁଖ୍ୟ ରାସ୍ତାଗୁଡିକୁ ଆଲୋକୀକରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ବିଦ୍ୟୁତ୍ ଶକ୍ତିର ସଂଚୟ ପାଇଁ ପର୍ଯ୍ୟାପ୍ତ ପରିମାଣର ଏଲଇଡି ଲାଇଟ୍ ବ୍ୟବହାର କରାଯିବ ।
ପ୍ର: ବସ୍ତିବାସିନ୍ଧା ପାଇଁ ସରକାରଙ୍କ ପଦକ୍ଷେପ?
ଉ: ବସ୍ତିବାସିନ୍ଦା ନିମନ୍ତେ ବହୁତଳ ପ୍ରାସାଦ ଘରୋଇ ସହଭାଗିତାରେ ନିର୍ମାଣ କରାଯାଇ ସେମାନଙ୍କୁ ସୁହାଇବା ଭଳି ମୂଲ୍ୟରେ ଯୋଗାଇ ଦିଆଯିବ । ଖୁବ୍ ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ରହିଛି ।
ପ୍ର: ବିଭିନ୍ନ ଅଦାଲତରେ ମାମଲା ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । ଅନ୍ୟ ପକ୍ଷରେ ବହୁ ବିଚାରପତି ପଦବୀ ଖାଲି ରହିଛି । ଏ ସମସ୍ୟା ସମାଧାନ ପାଇଁ ଆଇନ୍ ମନ୍ତ୍ରୀ ଭାବେ ଆପଣ କ’ଣ କହିବେ?
ଉ: ଅତୀତରେ ନିମ୍ନ ଅଦାଲତ ଗୁଡିକରେ ବହୁ ପଦବୀ ଖାଲି ରହିବା ଫଳରେ ବିଚରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ବିଚାର ବିଭାଗୀୟ ସେବା ବା ଓଜେଏସ୍ ପଦବୀ ପୂରଣ ଦିଗରେ ବହୁ ପଦକ୍ଷେପ ନେଇଛନ୍ତି । ପ୍ରତ୍ୟେକ ବର୍ଷ ଖାଲି ପଡୁଥିବା ପଦବୀ ଅନୁପାତରେ ଓଡ଼ିଶା ରାଜ୍ୟ ଲୋକସେବା ଆୟୋଗ(ଓପିଏସ୍ପି) ଜରିଆରେ ଓଜେଏସ୍ ପରୀକ୍ଷା ନିୟମିତ ଭାବେ କରାଯାଉଛି । ଫଳରେ ଖାଲି ବିଚାରପତି ପଦବୀ ସଂଖ୍ୟା ହ୍ରାସ ପାଇଛି । ଅନ୍ୟ ପକ୍ଷରେ ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟ, କେନ୍ଦ୍ର ସରକାରଙ୍କ ପ୍ରମୁଖ ଭୂମିକା ରହୁଥିବାରୁ ସେମାନେ ଏ ଦିଗରେ ପଦକ୍ଷେପ ନେବେ ବୋଲି ଆଶା ରଖୁଛି ।
ପ୍ର: କଟକ- ଭୁବନେଶ୍ୱର ଭଳି ସହରରେ ବର୍ଷା ଦିନେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି କିଭଳି ସମଧାନ କରିବେ ?
ଉ: କେବଳ କଟକ ସହର ନୁହେଁ, ରାଜ୍ୟର କୌଣସି ସହରାଂଚଳକୁ ଜଳବନ୍ଦୀ ହେବାକୁ ଦିଆଯିବନି । ସହରର ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରାଯିବ । ଡ୍ରେନେଜ୍ ବ୍ୟବସ୍ଥାରେ ବ୍ୟାପକ ସୁଧାର ଅଣାଯିବ । ବର୍ଷାଦିନ ପୂର୍ବରୁ ପଙ୍କୋଦ୍ଧାର କାର୍ଯ୍ୟ ଏକପ୍ରକାର ଶେଷ ହୋଇଛି । ଟେକ୍ନୋଲୋଜି ବ୍ୟବହାର କରି ଜଳ ନିଷ୍କାସନ କିପରି କରିହେବ ସିଥିପାଇଁ କାମ ଆରମ୍ଭ ହୋଇଛି । ଜଳ ନିଷ୍କାସନ ସମସ୍ୟାକୁ ସବୁଠୁ ବଡ ସମସ୍ୟା ହୋଇଛି ସତ,ତଥାପି ô ସମସ୍ୟାର ସମାଧାନ ଦିଗରେ ମୁଁ ଉଦ୍ୟମ କରିବି ।