ନୀରବ ମୋଦୀର ଭାଇ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କଲା ଇଣ୍ଟରପୋଲ

ନୂଆଦିଲ୍ଲୀ:ବହୁ ଚର୍ଚ୍ଚିତ ପିଏନବି ଘୋଟାଲର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀ ପାଇଁ ଅଡୁଆ ବଢିଛି । ୧୩,୬୦୦ କୋଟି ଟଙ୍କା ପିଏମବି ଘଟୋଲାର ଅଭିଯୁକ୍ତ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀଙ୍କ ବିରୋଧରେ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଜାରି...

ନୂଆଦିଲ୍ଲୀ:ବହୁ ଚର୍ଚ୍ଚିତ ପିଏନବି ଘୋଟାଲର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀ ପାଇଁ ଅଡୁଆ ବଢିଛି । ୧୩,୬୦୦ କୋଟି ଟଙ୍କା ପିଏମବି ଘଟୋଲାର ଅଭିଯୁକ୍ତ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀଙ୍କ ବିରୋଧରେ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଜାରି କରିଛି । ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନେହାଲଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିବାକୁ  ଅପିଲ କରିଥିଲେ ।

୪୦ ବର୍ଷିୟ ନେହାଲ ବେଲଜିୟମର ନାଗରିକତ୍ୱ ହାସଲ କରିଛନ୍ତି ଏବଂ ଆମେରିକାରେ ବାସ କରୁଛି । ନେହାଲଙ୍କ ଉପରେ ମନି ଲଣ୍ଡ୍ରିଂର ଅଭିଯୋଗ ରହିଛି । ପିଏନବି ଟଙ୍କାଙ୍କୁ ହେରଫେର କରିବାରେ ନୀରବ ମୋଦୀର ସାହାଯ୍ୟ କରିଥିବା ଅଭିଯୋଗ ରହିଛି । ଏହାସହ ସେ ସବୁ ପ୍ରମାଣକୁ ନଷ୍ଟ କରି ଦେଇଥିଲା ।

ବର୍ତ୍ତମାନ ନୀରବ ମୋଦୀ ଇଂଲଣ୍ଡର ଜେଲରେ ବନ୍ଦୀ ହୋଇ ରହିଛି । ଲଂଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟରେ ନୀରବ ମୋଦୀର ପ୍ରତ୍ୟାପଣ ପାଇଁ ଶୁଣାଣି ଜାରି ରହିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୀରବ ମୋଦୀର ଭାରତ ଏବଂ ଅନ୍ୟ ଦେଶରେ ଥିବା ପ୍ରାୟ ୬୩୭ କୋଟି ଟଙ୍କାର ସମ୍ପତି ଜବତ କରିଛି ।  ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ଇଡି ଏହି ମାମଲାରେ ଏକ ଅନ୍ୟ ଅଭିଯୁକ୍ତ ଆଦିତ୍ୟ ନାନାବତୀଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କହିଛନ୍ତି । ସୂଚନାଯୋଗ୍ୟ ଯେ ନୀରବ ମୋଦୀ ଏବଂ ତାଙ୍କ ମାମୁଁ ମେହୁଲ ଚୌକସୀ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ । 

Spread the love
Categories
ଦେଶ-ବିଦେଶ

RELATED BY