ଆସନ୍ତାକାଲି ଯାଏଁ ଲକ୍ଷେ୍ନøରେ ବନ୍ଦ ରହିବ ଇଂଟରନେଟ ସେବା

ନାଗରିକତା ସଂଶୋଧନ ଆଇନକୁ ନେଇ ହିଂସା

ଲକ୍ଷେ୍ନø: ନାଗରିକତା ସଂଶୋଧନ ଆଇନକୁ ନେଇ ଲାଗିରହିଥିବା ହିଂସା କାରଣରୁ ଉତରପ୍ରଦେଶ ରାଜଧାନୀ ଲକ୍ଷେ୍ନøରେ ଆସନ୍ତାକାଲି ଅର୍ଥାତ୍ ୨୫ ତାରିଖ ପର୍ଯ୍ୟନ୍ତ ଇଂଟରନେଟ ସେବା ବନ୍ଦ ରହିବ ।

ଏ ନେଇ ଜିଲ୍ଲା ମାଜିଷ୍ଟ୍ରେଟ ଅଭିଷେକ ପ୍ରକାଶ ଗଣମାଧ୍ୟମକୁ  ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସୋମବାର ରାତି ୮ଟା ପରଠାରୁ ଏହି ସେବା ବନ୍ଦ କରି ଦିଆଯାଇଛି । ଡିସେମ୍ବର ୨୫ ଯାଏଁ ଲକ୍ଷେ୍ନøରେ ଇଂଟରନେଟ କଟକଣା ଜାରି ରହିବ ।

ଦେଶର ଅନେକ ସ୍ଥାନରେ ନାଗରିକତା ସଂଶୋଧନ ଆଇନ-୨୦୧୯କୁ କେନ୍ଦ୍ର କରି ବିରୋଧ ହେଉଛି । ଏହି ଆଇନ ବଳରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ  ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ, ପାର୍ସି ଓ ବୌଦ୍ଧ ଆସି ଭାରତରେ ୨୦୧୪ ଡିସେମ୍ବର ୩୧ରୁ ରହିଆସୁଛନ୍ତି, ସରକାର ସେମାନଙ୍କୁ ଭାରତର ନାଗରିକତା ଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।